-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   (01-Aug-2026)       ||      ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   (01-Aug-2026)       ||      ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   (01-Aug-2026)       ||      ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||      ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   (01-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   (01-Aug-2026)       ||      ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   (01-Aug-2026)       ||      ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   (01-Aug-2026)       ||      ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   (01-Aug-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||      ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (01-Aug-2026)       ||      *ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   (01-Aug-2026)       ||      *ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   (01-Aug-2026)       ||      ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   (01-Aug-2026)       ||      ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   (01-Aug-2026)       ||     

HOME   ଜିଲ୍ଲା

ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ

01-Aug-2026



ତରଭା(ପ୍ରେରଣା ଖବର): ଆଜି ଓଡିଶାର ସ୍ୱନାମଧନ୍ୟ ଐତିହାସିକ,ଗବେଷକ,ସାହିତ୍ୟିକ,ସଂଗୀତଜ୍ଞ ତଥା ମହିମାଭକ୍ତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ନବମ ଶ୍ରାଦ୍ଧଦିବସ ସୁବର୍ଣ୍ଣପୁର ଜିଲ୍ଲା ତରଭାବ୍ଲକ ଅନ୍ତର୍ଗତ ମେଣ୍ଡା ମହର୍ଷି ବୁଦ୍ଧରାମ  ଡିଗ୍ରୀ ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ଏମବିଆର ଡିଗ୍ରୀ କଲେଜର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବିର,ସ୍ୱେଚ୍ଛାକୃତ ରକ୍ତଦାନଶିବିର ସହିତ ସ୍ମୃତି ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ୧୦ଟାରେ ସୁବର୍ଣ୍ଣପୁର ଆରକ୍ଷୀଅଧିକ୍ଷକ ନାରାୟଣପ୍ରସାଦ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାନଶିବିର ଓ ଚକ୍ଷୁପରୀକ୍ଷା ଶିବିରକୁ ଉଦଘାଟନ କରିବା ସହ କଲେଜ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ । ପରେ ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିବକ୍ତବ୍ୟ ସଭାରେ ମୁଖ୍ୟବକ୍ତା ଭାବରେ ଓଡିଶାର ସ୍ୱନାମଧନ୍ୟ ଯୁବଗବେଷକ ଐତିହାସିକ

ସୁନ୍ଦରଗଡ ଅଟୋନୋମସମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀପ୍ରଧ୍ୟାପକ ଡ.ସାକିର ହୁସେନ ଯୋଗଦେଇ “ସୁବର୍ଣ୍ଣପୁରର ଇତିହାସ ଓ ପ୍ରତ୍ନତାତ୍ୱିକ ଅବଶେଷ”ଉପରେ ବକ୍ତବ୍ୟ ଦେଇଥିଲେ । ଡ.ସାକିର ହୁସେନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଆମ ଅଞ୍ଚଳ ଅତିତର ଐତିହାସିକ ପୃଷ୍ଠଭୂମୀର ଏକ ଗୌରବୋଜ୍ୟୋଳ ଇତିହାସ ରହିଛି । ପ୍ରାୟ ୫୫୦୦ ବର୍ଷର ଏକ ଦୀର୍ଘସମୟର ଇତିହାସ ବିଷୟରେ ଗବେଷଣା ହୋଇଛି । ଆମେ ଆମର ଅତିତର ଇତିହାସକୁ ସଠିକ ଭାବରେ ଜାଣିବାର ଆବଶ୍ୟକତା ରହିଛି । ଅତିତର ଇତିହାସ ଆମର ଭବିଷ୍ୟତ ଗଠନରେ ସହାୟ ହୋଇଥାଏ ବୋଲି ଡ.ହୁସେନ ମତ ଦେଇଥିଲେ । ସ୍ୱର୍ଗତ ଡ.ଅଗ୍ରୱାଲ ଓଡିଶାର ଅନେକ ଅନାଲୋଚିତ ଇତିହାସକୁ ଗବେଷଣା ମାଧ୍ୟମରେ ଲୋକଲୋଚନକୁ ଆଣିପାରିଥିଲେ । ମାତ୍ର ମାଟ୍ରୀକପାଠ ପଢି ସେ ନିଜର ଅଧ୍ୟବସାୟବଳରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ଗବେଷଣାରେ ସଫଳ ହୋଇଥିଲେ । ତାଙ୍କର ଅନେକ ଗବେଷଣାଲବ୍ଧ ତଥ୍ୟ ଆମକୁ ନୂଆ ଗବେଷଣା ପାଇଁ ସହାୟକ ହେଉଛି ବୋଲି ସେ କହିଥିଲେ । କେବଳ ସୁବର୍ଣ୍ଣପୁରରେ ପ୍ରାୟ ୧୦ଟି ଯଥା-ହିକୁଡି,ଖମ୍ବେଶ୍ୱରୀପାଲି,କପାଶିରା,ସୁବଳୟା,କେନଜରିଆପାଲି,କୁମେରସିଙ୍ଘା,ନୂଆଗଡ-ଅସୁରଗଡ,ତାରାପୋରଗଡ,ଭୁତିଆପାଲି,ହଲଦିପାଲି ଇତ୍ୟାଦି ସ୍ଥାନରେ ବହୁପୁରାତତ୍ୱ ଅବଶେଷ ମିଳୁଛି ଯାହାକି ଆମର ଏକ ମହାନସଭ୍ୟତା ବିଷୟରେ ସୂଚନା ଦେଇଛି ବୋଲି ଡ.ସାକିର ମତଦେଇଛନ୍ତି । ବରେଣ୍ୟ ଅତିଥି ଭାବରେ ସନ୍ଥକବୀ ଭୀମଭୋଇଙ୍କ ସମାଧିପୀଠର ମଠାଧିଶ ସନ୍ୟାସୀ ବାବା,ପୀଠର ମେନେଜିଂଟ୍ରଷ୍ଟି ଛତ୍ରାଧାରୀ ଅଗ୍ରୱାଲ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚିଦାନନ୍ଦ ରଥ,ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେର,ପିକେଏସ ଫାଉଣ୍ଡେସନର ପ୍ରତିଷ୍ଠାତା ସମାଜକର୍ମି ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ । କଲେଜର ଟପ୍ପର ହୋଇଥିବା ଲିଜାରାନୀ ମେହେରଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ପୁରସ୍କୁତ କରାଯାଇଥିଲା । ଏହି

ଅବସରରେ ୩୦ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ସେହିପରି ମହାନଦୀ ନେତ୍ରଚିକିତ୍ସାଳୟ ଦ୍ୱାରା ଆୟୋଜିତ ମାଗଣାଚକ୍ଷୁଶିବିରରେ ୭୦ଜଣ ରୋଗୀ ମାଗଣାରେ ଚକ୍ଷୁପରୀକ୍ଷା କରାଇଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଡାକ୍ତରଖାନାର ଡ.ପ୍ରମୋଦ ମେହେର,ସତ୍ୟବ୍ରତ ତାଣ୍ଡି,ଜଗତ ଦରୱାନ, ଯୁଧିଷ୍ଠିର ନାଏକ,ଟଙ୍କଧର କୁଅଁର,ଧିରେନ୍ଦ୍ର ଝାଙ୍କର ପରିଚାଳନା କରିଥିବା ବେଳେ ଛକ୍ଷୁପରୀକ୍ଷା ଶିବିରକୁ ମହାନଦୀ ନେତ୍ର ଚିକିତ୍ସାଳୟର ସୁଜିତ ଥପା,ମନୋଜ ସାହୁ,ସିଦ୍ଧାନ୍ତକୁମାର ଦାସ,ଶୁଭଲକ୍ଷ୍ମୀ ଭୁକ୍ତା,ସୁପ୍ରୀୟା ପାତ୍ର,ରିଙ୍କି ଭୋଇ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ସ୍ମୃତିକମିଟିର ସିଦ୍ଧାର୍ଥ ଅଗ୍ରୱାଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଏମବିଆର ସେକେଣ୍ଡାରେୀ ସ୍କୁଲ,ଡିଗ୍ରୀକଲେଜ,ମେଣ୍ଡା ହାଇସ୍କୁଲ,ଶିଶୁବିଦ୍ୟାମନ୍ଦିର ପ୍ରମୁଖ ଅନୁଷ୍ଠାନରୁ କର୍ମକର୍ତ୍ତାଗଣ ଙ୍କ ସମେତ ତରଭାର ସାମ୍ବାଦିକଗଣ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଝାଙ୍କର,ସନ୍ତୋଷ ଦାସ, ଟଙ୍କଧର ମେହେର,ବିଶ୍ୱାମିତ୍ର ନାଏକ, ରାମ ଚନ୍ଦ୍ର ସା, ଚୈତନ୍ୟ ବାରିକ,ଭିକାରୀ ମେହେର,ତାରାବତୀ ଅଗ୍ରୱାଲ,ଚଞ୍ଚଳ ଅଗ୍ରୱାଲ,ମଧୁସ୍ମିତା ପଣ୍ଡା,ପାଇକବାହାଲ ସରପଞ୍ଚ ଗଣନାଥ ସାହୁ,କବୟିତ୍ରୀ ଚନ୍ଦ୍ରାବତି ପାଣ୍ଡେ,ରାଜୀବ ଯୋଷି, ଗୌତମ ଅଗ୍ରୱାଲ, ମହାଦେବ ଜେନା,ହୃଷିକେଶ ପାତ୍ର,ପଦ୍ମନାଭ ମଲ୍ଲିକ,ଶତୃଘ୍ନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଏକ ବୃତ୍ତଚିତ୍ର ପ୍ରଦର୍ଶନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026
  ରାଜ୍ୟ  
‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ   01-Aug-2026
  ଜିଲ୍ଲା  
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ   01-Aug-2026
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   01-Aug-2026
  ଜିଲ୍ଲା  
ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   01-Aug-2026
  ଜିଲ୍ଲା  
ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   01-Aug-2026
  ଜିଲ୍ଲା  
ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ   01-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   01-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   01-Aug-2026
  ଜିଲ୍ଲା  
ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   01-Aug-2026

You Might Also Like