-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||      ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   (01-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   (01-Aug-2026)       ||      ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   (01-Aug-2026)       ||      ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   (01-Aug-2026)       ||      ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   (01-Aug-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||      ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (01-Aug-2026)       ||      *ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   (01-Aug-2026)       ||      *ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   (01-Aug-2026)       ||      ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   (01-Aug-2026)       ||      ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   (01-Aug-2026)       ||      ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା    (01-Aug-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||     

HOME   ଜିଲ୍ଲା

ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ

01-Aug-2026



ବରଗଡ଼(ତୁଳସୀ ଚରଣ ଦାଶ): ଖବରକାଗଜର ପୃଷ୍ଠାରେ ମୁଦ୍ରିତ ଶବ୍ଦର ଆୟୁଷ ହୁଏତ ଗୋଟିଏ ଦିନ ହୋଇପାରେ, କିନ୍ତୁ ସତ୍ୟନିଷ୍ଠ ସାମ୍ବାଦିକତା, ସମାଜ ପ୍ରତି ଦାୟିତ୍ୱବୋଧ ଓ ମଣିଷ ପ୍ରତି ଆନ୍ତରିକତାର ମୂଲ୍ୟ କାଳର ସୀମା ଅତିକ୍ରମ କରେ ବୋଲି ବରଗଡ଼ ରୁ ପ୍ରକାଶିତ ସାପ୍ତାହିକ 'ଗଣ ଇସ୍ତାହାର'ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହରେ ବକ୍ତାଗଣ ମତପ୍ରକାଶ କରିଥିଲେ । 
ବରଗଡ଼ ମହିଳା ସମିତି ସଭାଗୃହରେ 'ଗଣ ଇସ୍ତାହାର' ଟ୍ରଷ୍ଟର ଚେୟାରମେନ ଡ. ପ୍ରଦୀପ କୁମାର ହୋତାଙ୍କ ସଭାପତିତ୍ୱରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ ମୁଖ୍ୟବକ୍ତା ଏବଂ ବୈଦ୍ୟରାଜ ପବିତ୍ର ଶବର ଓ ସାମ୍ବାଦିକ ବାଲାଜୀ ବିଭୂରଞ୍ଜନ ତରସିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
 ମୁଖ୍ୟ ବକ୍ତା ଶ୍ରୀ ସାହୁ କହିଥିଲେ ଯେ, ଗୋଟିଏ ସମ୍ବାଦର ମୂଲ୍ୟ କେବଳ ତାହାର ଚର୍ଚ୍ଚିତ ହେବାରେ ନୁହେଁ; ବରଂ ତାହାର ବିଶ୍ୱସନୀୟତା ଓ ଜନସ୍ୱାର୍ଥ ସହ ଥିବା ସମ୍ପର୍କରେ ନିହିତ। ଖବର ଯେତେ ଆକର୍ଷଣୀୟ ହେଉନା କାହିଁକି, ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ବିନା ସାମ୍ବାଦିକତା ତାହାର ନୈତିକ ଭିତ୍ତି ହରାଇଦିଏ। ସାମ୍ବାଦିକତା କେବଳ ଘଟଣା ଲିପିବଦ୍ଧ କରିବାର ବୃତ୍ତି ନୁହେଁ; ଏହା ସତ୍ୟ, ବିବେକ ଓ ଦାୟିତ୍ୱବୋଧ ମଧ୍ୟରେ ନିରନ୍ତର ସନ୍ତୁଳନ ରକ୍ଷା କରିବାର ଏକ କଠିନ ସାଧନା ବୋଲି ସେ କହିଥିଲେ।
ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ଖବର କାଗଜକୁ ଅପେକ୍ଷା କରିବା କେବଳ ଖବର ପଢ଼ିବାର ଆଗ୍ରହ ନୁହେଁ; ନିଜ ଅଞ୍ଚଳର ଖବର, ନିଜ ମାଟିର ସ୍ୱର ଓ ନିଜ ସମାଜର ସ୍ପନ୍ଦନକୁ ଜାଣିବାର ଏକ ଆତ୍ମୀୟ ସମ୍ପର୍କ ଥିଲା। ଯାହାକି ଆଜିର ଡିଜିଟାଲ ଯୁଗରେ ସେହି ଦୃଶ୍ୟ ହୁଏତ ଅତୀତ ହୋଇଯାଇଛି, କିନ୍ତୁ ପାଠକଙ୍କ ସହ ସେହି ବିଶ୍ୱାସର ସମ୍ପର୍କ ହିଁ ସବୁଠାରୁ ବଡ଼ ସମ୍ପଦ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ସେ ବାଲକୋ ହଟାଓ ଆନ୍ଦୋଳନ ସମୟର ସାମ୍ବାଦିକତାକୁ ସ୍ମରଣ କରି କହିଥିଲେ ଯେ, ଉତ୍ତେଜନାପୂର୍ଣ୍ଣ ସମୟରେ ଗଣମାଧ୍ୟମର ପ୍ରକୃତ ପରୀକ୍ଷା ହୁଏ। ସେତେବେଳେ ସମ୍ବାଦପତ୍ର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସଂଯମ ରକ୍ଷା କରି ତଥ୍ୟକୁ ପରିବେଷଣ କରିବା। ଦୀର୍ଘସ୍ଥାୟୀ ବିଶ୍ୱାସର ଭିତ୍ତି ଗଢ଼ିଉଠେ ଚମକପୂର୍ଣ୍ଣ ଶୀର୍ଷକରେ ନୁହେଁ, ବରଂ ତଥ୍ୟ ପ୍ରତି ଦାୟିତ୍ୱବୋଧ ଓ ସମ୍ପାଦକୀୟ ସନ୍ତୁଳନରେ ବୋଲି କହିଥିଲେ।
ଏହି ଅବସରରେ ସମାଜର ବରଗଡ଼ ଜିଲ୍ଲା ପ୍ରତିନିଧି ବାଲାଜୀ ବିଭୁରଞ୍ଜନ ତରସିଆଙ୍କୁ 'ଶିତିକଣ୍ଠ ପଟଯୋଶୀ ସାମ୍ବାଦିକ ସମ୍ମାନ', କଳାହାଣ୍ଡି ଟୋଲ ବ୍ରାହ୍ମଣୀର ବୈଦ୍ୟରାଜ ପବିତ୍ର ଶବରଙ୍କୁ ଶିତିକଣ୍ଠ ପଟଯୋଶୀ ସେବା ସମ୍ମାନ, ବରଗଡ଼ ମହିଳା ସମିତି କୁ ସମାଜସେବା ଓ ନାରୀ ସଶକ୍ତିକରଣ ସମ୍ମାନ, ରଞ୍ଜନ କୁମାର ପଣ୍ଡା ଓ ଐତିହାସିକ - ଗବେଷକ ପ୍ରାଧ୍ୟାପକ ଜଗଦୀଶ ମିଶ୍ରଙ୍କୁ ଲେଖକ ଜ୍ୟୋତି ସମ୍ମାନ, ଓମ୍ ପ୍ରକାଶ ପଣ୍ଡାଙ୍କୁ ଉଦୀୟମାନ ଲେଖକ ସମ୍ମାନ ଏବଂ ରତ୍ନମଣି ଶତପଥୀ ଓ ନିରୋଜ କୁମାର ପାଣୀଙ୍କୁ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତ ବାର୍ଷିକୀ ବର୍ଷ ଉପଲକ୍ଷେ ସମର୍ପିତ 'ଗଣ ଇସ୍ତାହାର'ର ସ୍ଵନକ୍ଷତ୍ର ବିଶେଷାଙ୍କକୁ ଅତିଥିଗଣ ଉନ୍ମୋଚନ କରିଥିଲେ। ପତ୍ରିକାର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ ବହୁସଂଖ୍ୟାରେ ଯୋଗ ଦେଇଥିଲେ। 
         ---------×××---------


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ   01-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   01-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   01-Aug-2026
  ଜିଲ୍ଲା  
ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   01-Aug-2026
  ରାଜ୍ୟ  
ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   01-Aug-2026
  ଜିଲ୍ଲା  
ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   01-Aug-2026
ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   01-Aug-2026
  ଜିଲ୍ଲା  
ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   01-Aug-2026
  ଜିଲ୍ଲା  
*ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   01-Aug-2026
  ଜିଲ୍ଲା  
*ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   01-Aug-2026
  ରାଜ୍ୟ  
ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   01-Aug-2026
  ଜିଲ୍ଲା  
ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   01-Aug-2026

You Might Also Like