-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ମାରୱାଡି ଜାଗୃତି ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ଛାତ୍ରୀ ମାନଙ୍କୁ ଲେଖିବା ପାଇଁ ଖାତା ପ୍ରଦାନ କରିଥିଲେ। ଚାରା ରୋପଣ କରି ତାକୁ ବୃକ୍ଷ ହେବା ପର୍ଯ୍ୟନ୍ତ ଯତ୍ନ ନିଆଗଲେ ମାନବଜାତି ବଞ୍ଚିବ ବୋଳି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେଜାଗୃତି ଶାଖା ଅଧ୍ୟକ୍ଷା ସୀମା ଜୈନ, ଉପାଧ୍ୟକ୍ଷା ବବଲି ଜୈନ, ସଂପାଦିକା ରିଙ୍କି ଅଗ୍ରୱାଲ, କୋଷାଧ୍ୟକ୍ଷା ବବିତା ଶର୍ମା, ସଞ୍ଜୁ ଜୈନ, ପିଙ୍କି ଅଗ୍ରୱାଲ ଓ ମହିଳା ମଣ୍ଡଳର ବରିଷ୍ଠ ସଦସ୍ଯା ରାମା ଦେବୀ ଜୈନ ଉପସ୍ଥିତ ଥିଲେ।