-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସାଧୁ,ସତ୍ୟପ୍ରିୟ ତଥା ସମୟାନୁବର୍ତିତା ଭାବେ ପରିଚିତ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ତାଙ୍କ ଚାକିରୀ ଜୀବନରୁ ଅବସର ନେଇଛନ୍ତି।ବିନିକା ବ୍ଲକ ସିନ୍ଦୂରପୁର ଗ୍ରାମର ଶ୍ରୀ ପଣ୍ଡା ଅରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।ଗତକାଲି ଜୁଲାଇ ୩୧ତାରିଖରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା ।ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେବାପାଇଁ ସ୍କୁଲ ପରିସରରେ ଆୟୋଜିତ ସଭାରେ ବିନିକା ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର,ସାଂସଦ ପ୍ରତିନିଧି ବିଶ୍ୱମ୍ବର ମିଶ୍ର,ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ କମ୍ପ,ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷପତି ବେହେରା,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସାହୁ,ସହକାରୀ ଶିକ୍ଷୟତ୍ରୀ ଗୀତା ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଶ୍ରୀ ପଣ୍ଡାଙ୍କୁ ଗ୍ରାମବାସୀଙ୍କ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମବାସୀଙ୍କ ତରଫରୁ ଉସର୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସେହିପରି ସ୍କୁଲ ତରଫରୁ ମଧ୍ୟ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ସ୍କୁଲ ଷ୍ଟାଫ ତରଫରୁ ଉପଢ଼ୌକନ ଦିଆଯାଇଥିଲା ।ପରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ସ୍କୁଲ କମିଟି,ଷ୍ଟାଫ ଓ ଗ୍ରାମବାସୀ ତାଙ୍କ ନିଜ ଗ୍ରାମ ସିନ୍ଦୂରପୁରକୁ ଆଣି ଛାଡ଼ିବା ପରେ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସଂକୀର୍ତ୍ତନର ତାଳେ ତାଳେ ଗ୍ରାମ ପରିକ୍ରମା କରି ଫୁଲମାଳ ଅର୍ପଣ କରି ଉତ୍ସର୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।