-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ଡୁଙ୍ଗୁରିପାଲି ତା,୧/୮(ପ୍ରେରଣା ଖବର) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରୀ ଦିନ ଅତି ଜାକଜମକରେ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ବଡକର୍ଲେ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ , ମୁଖ୍ୟବକ୍ତା ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷା ବିତ୍ ଭକ୍ତ ଭୋଇ ଯୋଗଦାନ କରିଥିଲେ।ଏହି ଅବସରରେ ଅନୁଷ୍ଠିତ ନୃତ୍ୟ , ଗୀତ ଓ ଏକକ ଅଭିନୟରେ ଶିକ୍ଷାବିତ୍ ସମ୍ପଦ ଖମାରୀ ,ଶିକ୍ଷକ ନନ୍ଦିଘୋଷ ବାରିକ ଅଧ୍ୟାପିକା ମାମିନା ଭୋଇ ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ। ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ପରିଚାଳନ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଗୀତ ପ୍ରତିଯୋଗିତାରେ ଜାଗୃତି ସେଠୀ, ସ୍ନେହଞ୍ଜଳି ତାଣ୍ଡି ଓ ଦିପ୍ତିସିଖା ବାଗ ପ୍ରଥମ ୨ୟ ଓ ୩ୟ ସ୍ଥାନ ନୃତ୍ୟ ପ୍ରତିଯୋଗିତାରେ ପାୟଲ ବିଶ୍ୱକର୍ମା, ରୋଜୀ ମେହେର, ମନୀଷା ତାଣ୍ଡି ଓ ଦଳଗତ ନୃତ୍ୟ ରେ ଗଙ୍ଗା ,ମହାନଦୀ ଓ ବ୍ରହ୍ମପୁତ୍ର ଦଳ ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ। ସ୍ୱତନ୍ତ୍ର ଭାବରେ ଅଙ୍କିତ ପ୍ରଧାନ ଓ ଜସ୍ମିନ ତାଣ୍ଡି ପୁରସ୍କୃତ ହୋଇଥିଲେ।
ଖେଳ ଶିକ୍ଷକ ଚିନ୍ମୟ ଦାସ, କିରନ କୁମାର ପଟେଲ,ଲିପି ପ୍ରଧାନ, କର୍ମଚାରୀ ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠାର,ବିଭୀଷଣ ଖମାରୀ ସହଯୋଗ କରିଥିଲେ।