-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ ) ସ୍ଥାନୀୟ ସର୍କିଟ ହାଉସ ଠାରେ ପୂର୍ବତନ ବିଧାୟକ ତଥା ଡିସିସି ସଭାପତି ବିନୋଦ ପାତ୍ର ଙ୍କ ଦ୍ଵାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ରେ ଏଆଇସିସି ର କିସାନକମିଟି ଜାତୀୟ ସଂଯୋଜକ ତଥା ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ ବର୍ତ୍ତମାନ ର ସରକାରୀ ଚାଷୀ ଓ ଚାଷ ର ବିରୋଧି ବୋଲି ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ଚାଷୀ ଭୋଗୁଥିବା ଧାନ ର ଅଭାବୀ ବିକ୍ରି,କଟଣି ଛଟଣି ଦ୍ଵାରା ଚାଷୀ ତଳିତଳାନ୍ତ ହୋଇଛି। ମଣ୍ଡି ମାନଙ୍କରେ ଅବ୍ୟବସ୍ଥା, ସାର୍ ଅଭାବ ଯୋଗୁଁ ଚାଷୀ କାମ ଆଗେଇ ପାରୁନାହିଁ। ପ୍ରତିବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ସରକାରୀ ଘୋଷଣା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ରେ ଗୋଟିଏ ବି ଶୀତଳ ଭଣ୍ଡାର ନିର୍ମାଣ ହୋଇପାରିନାହିଁ। ଆଗାମୀ ଦିନରେ ଏହିସବୁ ଦାବି ଯଦି ପୁରଣ ନହେବ ତାହେଲେ କଂଗ୍ରେସ ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଜି ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଜିଲ୍ଲା କଂଗ୍ରେସ ଦଳର ଦିବଂଗତ ବରିଷ୍ଠ ନେତା ସ୍ଵର୍ଗତ ଧରମ୍ ସିଂ ବଡ଼ପଣ୍ଡା ଙ୍କ ନିଧନ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅମିୟ କୁମାର ପଟ୍ଟନାୟକ,ବିନୋଦ ପାତ୍ର, ସୁଧିର କୁମାର ପଣ୍ଡା, ପ୍ରଦୀପ ସେଠି, ସଂଗ୍ରାମ କେଶରୀ ନାୟକ, ଶେଷଦେବ ମେହେର,ଲକ୍ଷ୍ମଣ ସୁନା, ସତ୍ୟ ତ୍ରିବେଦୀ, ରାଜେନ୍ଦ୍ର ମେହେର, ଭୀଷ୍ମ ମଲ୍ଲିକ,ଦଧୀବାବନ ଦାଶ,ହୃଷିକେଶ କର୍ଣ, ମହମ୍ମଦ ଇମ୍ରାନ୍,ସପ୍ନେଶ୍ଵର ପୃଷ୍ଟି, ନରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।