-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ସ୍କୁଲ ଟ୍ରଷ୍ଟର ପ୍ରେରଣା ବାଣିସେଟୀ ଶ୍ରୀ ହରି ପାତ୍ରଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକ ଦିବସରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦୟାନନ୍ଦ ପ୍ଲେ/ପବ୍ଲିକ ସ୍କୁଲର ଷ୍ଟାଫ ଡେ ପାଳନ ହୋଇ ଯାଇଛି। ଏହି ବର୍ଷ ଆମର ସ୍କୁଲର ଶିକ୍ଷୟତ୍ରୀ ସୁଶ୍ରୀ ପ୍ରତିମା କୁଜୁରଙ୍କୁ " ଟିଚର୍ସ ଏ ବେଷ୍ଟ" ଓ ଶ୍ରୀମତୀ ସରୋଜିନୀଙ୍କୁ " ବେଷ୍ଟ ଅଫ ନନ୍ ଟିଚିଙ୍ଗ୍ " ଭାବରେ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଆମର ଦୟାନନ୍ଦ ନର୍ସରୀ ଟିଚର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟର ୨୦୨୫-୨୬ ବ୍ୟାଚର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥି ପ୍ରୋଫେସର ଶ୍ରୀ ରାଧାକାନ୍ତ ନାଏକଙ୍କ ଦ୍ବାରା ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ଶିକ୍ଷାବର୍ଷ ୨୬-୨୭ ର ଛାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା । ପ୍ରିନ୍ସିପାଲ ଶ୍ରୀମତୀ କେ. କୁମାରୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କୁନି କୁନି ଭବିଷ୍ୟତ ଗଠନ କରିବାର ସୁଯୋଗ ଆପଣମାନଙ୍କ ହାତରେ ତେଣୁ ଏହି ନିଷ୍ପାପ ହୃଦୟ ଗୁଡିକରର ଉପଯୁକ୍ତ ଶିକ୍ଷାଦାନ ସମର୍ପିତ ଓ ନିଷ୍ଠାର ସହ କରିବାକୁ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ।
ଷ୍ଟାଫ ଡେ ପାଳନ ଅବସରରେ ଟ୍ରଷ୍ଟର ଚେୟାରମ୍ୟାନ ତଥା ସ୍କୁଲର ଡାଇରେକ୍ଟର ବାଣିସେଟୀ ଶ୍ରୀ ହରିଙ୍କ ସ୍ମୃତିଚାରଣ କରି ଧ୍ୟେୟନିଷ୍ଠ ଓ ଦରଦି ମନରେ କାମକଲେ ବିନମ୍ରତା ଓ ଆତ୍ମଶକ୍ତି ଜାଗ୍ରତ ହୁଏ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସଞ୍ଚାଳନ ଶିକ୍ଷୟତ୍ରୀ ଶ୍ରୀମତୀ ଜିଜ୍ଞାସା ପାଣିଗ୍ରାହୀ କରିଥିଲେ।
ଆମ ସୁବର୍ଣ୍ଣ ଭାରତୀ ପରିବାରର ଆଜୀବନ ସଦସ୍ୟ ଡ: ପ୍ରତିମା ରଥ ଓ ସକ୍ରିୟ ସଦସ୍ୟ ଡ: ଦେବେନ୍ଦ୍ର ପ୍ରଧାନ ନିକଟରେ ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ପଦରୁ ଅବସର ଗ୍ରହଣ କରିଥିବାରୁ , ତାଙ୍କର ନିରାମୟ ଜୀବନ ସକାଶେ ଶୁଭେଚ୍ଛା ଓ ଉପଢ଼ୌକନ ଦେଇ ଅନୁଷ୍ଠାନର ଅନ୍ୟତମ ଆଜୀବନ ସଦସ୍ୟ ଡ:ଆର୍ତ୍ତତ୍ରାଣ ବାବୁଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା। ସଞ୍ଚାଳନ ଅଧ୍ୟାପକ ଶ୍ରୀ ଉମାକାନ୍ତ ନାଗ କରିଥିଲେ ।
ବ୍ୟକ୍ତିଗତ ଗୀତ ସ୍କୁଲର ଶିକ୍ଷୟତ୍ରୀ ସୁଶ୍ରୀ ପୁଷ୍ପଲତା ଗାନ କରିଥିଲେ । ସଭାପରେ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଓ ଅନ୍ୟ କବି, କବୟତ୍ରୀମାନଙ୍କ ଦ୍ବାରା ଦେଶାତ୍ମଭାବ କବିତା ପାଠ କରାଯାଇଥିଲା।
ଆରମ୍ଭରେ ଅଧ୍ୟାପକ ଶ୍ରୀ ନିରଞ୍ଜନ ଶାସ୍ତ୍ରୀଙ୍କ ପୌରହିତ୍ୟ ଓ ସୁଶ୍ରୀ ଆରତୀ ଆର୍ଯ୍ୟାଙ୍କ ଉପସ୍ଥିତିରେ ଯଜ୍ଞ-ହବନ ହୋଇ " ଭାରତୀୟ (ହିନ୍ଦୁ) ଜୀବନ ଦର୍ଶନ ଓ ପରିବର୍ଦ୍ଧନ ସଞ୍ଚାଳନରେ ଆମର ଭୂମିକା " ଉପରେ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା । ଏହାର ଉପକ୍ରମ ଶ୍ରୀ ସହସ୍ରାଂଶୁ ପଟ୍ଟନାୟକ କରିଥିଲେ।
ବନ୍ଦେ ମାତରଂ ଗାନ ଶେଷରେ କରାଯାଇଥିଲା। ସ୍କୁଲର ଶିକ୍ଷୟତ୍ରୀ ସୁଶ୍ରୀ ଅଙ୍କିତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା କଳ୍ପନା ମିଶ୍ର, ଶ୍ରୀମତୀ ସରିତା ସାହୁ ,ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର,ଶ୍ରୀ ପ୍ରସାଦୁ ପ୍ରଧାନ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମନହୀରା, ଶ୍ରୀ ବାଳଗୋପାଳ ମିଶ୍ର, ଶ୍ରୀ ରାଜେନ୍ଦ୍ର ରଣା, ଶ୍ରୀ ପ୍ରମୋଦ ସାହୁ , ଶ୍ରୀ ଜଳଦେବ ବେରିହା, ଶ୍ରୀ ସତ୍ୟନାରାୟଣ ମେହେର, ଶ୍ରୀ ରାଜେନ୍ଦ୍ର ଅଗ୍ରୱାଲାଙ୍କ ସମେତ ସୁବର୍ଣ୍ଣ ଭାରତୀ ଓ ଦୟାନନ୍ଦ ପରିବାରର ସଦସ୍ୟ , ଶୁଭେଚ୍ଛୁ , ସାମ୍ବାଦିକ ବନ୍ଧୁ ତଥା ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ।