-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
କେନ୍ଦ୍ର ସରକାରଙ୍କ ଭୁଲ କୃଷି ଆଇନ ପାଇଁ ଏଭଳି ପରିସ୍ଥିତି ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ ରାଜ୍ୟ ଗୁଡିକର ନିୟନ୍ତ୍ରଣ ରେ ରହିବା କଥା। କିନ୍ତୁ ସାରା ଭାରତ ବର୍ଷରେ ଅତ୍ୟାବଶ୍ୟକ ଜିନିଷ ତାଲିକା ରୁ ବାଦ୍ ଦେବାରୁ ଆଳୁ ପିଆଜ ଦର ବଢିବାରେ ଲାଗିଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଆହୁରି ବଢିବ। କେନ୍ଦ୍ର ସରକାର ଚାହିଁଲେ ବି ନିୟନ୍ତ୍ରଣ କରିପାରିବେ ନାହିଁ । ଆମ ରାଜ୍ୟଠାରୁ ଦିଲ୍ଲୀ, କେରଳ ଆଦି ରାଜ୍ୟରେ ଅଧିକ ଦର ରହିଛି। ତଥାପି ରାଜ୍ୟ ସରକାର ଦର ନିୟନ୍ତ୍ରଣ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ମାର୍କେଟ ରେ ଘନଘନ ଚଢ଼ାଉ କରାଯାଉଛି। କଳାବଜାରୀ ରୋକିବାକୁ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।