"/>
-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
|
ଆଜି ହେଉଛି ପବିତ୍ର ଦୁର୍ଗାଷ୍ଟମୀ ତଥା ନବରାତ୍ରିର ଅଷ୍ଟମ ଦିନ। ନବରାତ୍ରିର ଅଷ୍ଟମୀ ତିଥରେ ମା’ ଗୌରୀଙ୍କୁ ପୂଜା କରାଯାଏ। ଭବବାନ ଶିବଙ୍କୁ ପ୍ରାପ୍ତ କରିବା ପାଇଁ ଦେବୀ ମା’ ମହାଗୌରୀ ବହୁ କଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ଶରୀର ପୂରା କଳା ରଙ୍ଗ ପଡ଼ି ଯାଇଥିଲା। ତେବେ ଭଗବାନ ଶିବଙ୍କ ଦର୍ଶନ ଓ କୃପା ଦୃଷ୍ଟି ମା’ ଗୌରୀଙ୍କ ଉପରେ ପଡ଼ିବାରୁ ତାଙ୍କ ଶରୀର ଗୌରବଣ୍ଣ ଧାରଣ କଲା। ଏହା ସହ ତାଙ୍କ ନାଁ ଗୌରୀ ହେଲା।* *କୁହାଯାଏ ମାତା ସୀତା ପ୍ରଭୁ ଶ୍ରୀରାମଙ୍କୁପ ପାଇବା ପାଇଁ ମଧ୍ୟ ଏହି ପୂଜା କରିଥିଲେ। ମା’ ଗୌରୀ ଶ୍ବେତ ବଣ୍ଣ। ଏଣୁ ଶ୍ବେତ ରଙ୍ଗ ଏହି ଦିନ ଧାରଣ କରିବା ଅତ୍ୟନ୍ତ ଶୁଭଙ୍କର। ବିବାହକୁ ନେଇ ତମାମ ସମସ୍ୟା ଥିଲେ ଏହି ଦିନ ମା’ ଗୌରୀଙ୍କ ପୂଜା କରନ୍ତୁ। ସେହି ସବୁ ଦୂର ହୋଇଯିବ। ଜ୍ୟୋତିଷରେ ଏହାର ସମ୍ବନ୍ଧ ଶୁକ୍ର ଗ୍ରହ ସହ ଜଡ଼ିତ।* *ଅଷ୍ଟମୀରେ ମା’ ମହାଗୌରୀଙ୍କ ପୂଜା କରିବା ଅତ୍ୟନ୍ତ ଶୁଭଙ୍କର। ଏହି ପୂଜା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ମନରେ ଉତ୍ତମ ଚିନ୍ତାଧାରା ସୃଷ୍ଟି ହୁଏ। ମା’ ମହାଗୌରୀ ସବୁ ପ୍ରକାର ନକାରାତ୍କକ ଚିନ୍ତା ମନରୁ ଦୂର କରନ୍ତି।* *ମା’ଙ୍କ ପୂଜା କରୁଥିଲେ ହଳଦିଆ ବସ୍ତ୍ର ପିନ୍ଧି ପୂଜା କରନ୍ତୁ। ମା’ଙ୍କ ସମ୍ମୁଖରେ ଦୀପ ଜାଳନ୍ତୁ। ପୂଜାରେ ମା’ଙ୍କୁ ହଳଦିଆ ନଚେତ ଧଳା ଫୁଲ ଅର୍ପଣ କରନ୍ତୁ। ଏହା ପରେ ମହାଗୌରୀଙ୍କ ମନ୍ତ୍ରକୁ ଜପ କରନ୍ତୁ।*
|