-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
କଟକ(ଦୀପକ କୁମାର ଷଡଙ୍ଗୀ) : କଟକ କମିଶନରେଟ୍ ପୋଲିସ ହାତରେ ପୁଣି ୧ କୋଟି ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ।
ସି ଡି ଏ ଫେଜ ୨ ଥାନା ଜବତ କରିଲା ୧ କେଜି ୩୮ ଗ୍ରାମ ବ୍ରାଉନ ସୁଗାର୍ । ବ୍ରାଉନ ସୁଗାର ଚାଲାଣ କରୁଥିବା ୩ ଜଣ ଗିରଫ କରିଲା ପୋଲିସ ।
କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ଜଗତସିଂପୁର ଓ ପୁରୀ ଜିଲ୍ଲା ରେ ବିକ୍ରୀ କରୁଥିଲେ ବ୍ରାଉନ ଶୁଗାର ।
କଲିକତାରୁ ବ୍ରାଉନ ସୁଗାର ଆଣି ଜଳେଶ୍ଵର ରାସ୍ତା ଦେଇ ଏହି ବ୍ୟବସାୟ ଦୀର୍ଘ ମାସ ଧରି କାରବାର ଚାଲିଥିଲା ।
ଏହି ଲିଙ୍କରେ ଆଉ କାହାର ସମ୍ପୃକ୍ତି ଅଛି ସେ ବାବଦରେ ତଦନ୍ତ ଜାରି ରହି ଥିବା କଥା ପୋଲିସ କମିଶନର ସୌମେନ୍ଦ୍ର ପରିୟଦର୍ଶୀଙ୍କ ସୂଚନାା ଦେଇଛନ୍ତି ।