-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ଗଞ୍ଜାମ (ଉମା ମହାରଣା) :ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର ।ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିଛି।ସୂଚନା
ମୁତାବକ ଗତକାଲି ଆଠ ଟିକିଆ ହାତୀ ପଲ୍ଲ ଖାଦ୍ୟ ଅନ୍ବସରଣ ରେ ଢଉପଲ୍ଲୀ କାଜୁ ଜଙ୍ଗଲ ଅତିକ୍ରମ କରୁଥିବା ବେଳେ ହାତୀ ସୁଣ୍ଢଟି 11 kv ବିଦୂତ ତାର ସମ୍ପର୍ସ ରେ ଆସିଥିଲା ଫଳରେ ଘଟଣା ସ୍ଥଳରେ
ଦନ୍ତା ହାତୀର ମୃତ୍ୟୁ ହୋଇଛି ।ହାତୀଟିର ବୟସ 25 ରୁ 30 ବର୍ଷ ହବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ବନ କର୍ମଚାରୀ ମାନେ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି।ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସହକାରୀ ବନ ସରଂକ୍ଷକ ସୁଦର୍ଶନ ବାଦି କହିଛନ୍ତି।