-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ରେ ପ୍ରଥମ ଥର ପାଇଁ ଅୟୋଜନ ହେବାକୁ ଥିବା ୬୫ ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ୨୦୨୬/୨୭ ପାଇଁ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମ୍ ଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଓଡ଼ିଶା ଫୁଟବଲ୍ ଆସୋ ସିଏସନ୍ ଓ ଓଡ଼ିଶା ସରକାର ଙ୍କ କ୍ରୀଡା ଯୁବ ବ୍ୟାପାର ବିଭାଗ ର ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି ସାହାଣୀ କପ୍ ଫୁଟବଲ୍ ଜିଲ୍ଲା କ୍ରୀଡା ସଂଘ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ଆୟୋଜନ ରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରକାଶ ପାଇଛି l ଆସନ୍ତା ୨୩ ତାରିଖ ବୁଧବାର ଦିନ ଠାରୁ ଅକ୍ଟୋବର ୩ ତାରିଖ ଯାଏ ରାଜ୍ୟ ରେ ଏକା ସାଙ୍ଗରେ ଚାରି ଗୋଟି ଜୋନ୍ ରେ ଖେଳ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏହି ସୁବର୍ଣ୍ଣପୁର ଜୋନ୍ ରେ ରାଜ୍ୟ ର ୯ ଗୋଟି ଫୁଟବଲ୍ ଦଳ ଅଂଶ ଗ୍ରହଣ କରିବେ ବୋଲି ସୁଚନା ମିଳିଛି l ଓଡ଼ିଶା ଫୁଟବଲ୍ ଏସୋ ସିଏସନ୍ ଅଫିସିଆଲ୍ ଏହି ମେଗା ବା ମର୍ଯ୍ୟାଦା ପୂର୍ଣ୍ଣ ଫୁଟବଲ୍ ଲିଗ୍ ର ସମସ୍ତ ବ୍ୟବସ୍ଥା ତଦାରଖ ସହ ପରିଚାଳନା ରେ ନଜର ରଖିବେ ବୋଲି ସୁଚନା ମିଳିଛି l ୧୮୦ ଜଣ ଖେଳାଳି ଙ୍କ ସହ ଅଫିସିଆଲ୍ ୨୦ ଜଣ ସମୁଦାୟ ୨୦୦ ଜଣ ଅତିଥି ଙ୍କ ପାଇଁ ୧୨ ଦିନ ଧରି ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରହିବା ଖାଇବା ସମସ୍ତ ଵ୍ୟଵସ୍ଥା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ଓ ଏଥିପାଇଁ ସ୍ୱତନ୍ତ୍ର କମିଟି ଗଠନ ମାନ କରାଯାଇଛି ବୋଲି ଉପ ସଭାପତି ଶ୍ରୀ ତରାସିଆ ପ୍ରକାଶ କରିଛନ୍ତି l A & B ଗ୍ରୁପ ରେ ଦିନକୁ ୨ ଟି ମ୍ୟାଚ ଅନୁଷ୍ଟିତ ହେବ ବୋଲି ସମ୍ପାଦକ ଶ୍ରୀ ପଣ୍ତା ସୁଚନା ଦେଇଛନ୍ତି l ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଂଘ ର ଜିଲ୍ଲା ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ସଂପାଦକ ପୀୟୂଷ ପଣ୍ଡା, ଉପଦେଷ୍ଟା କଇରୁ ସ୍ୱାଇଁ, ଶ୍ରୀବତ୍ସ ମଲ୍ଲିକ, ନାରାୟଣ ଲୁହା, ଗୋବିନ୍ଦ ମହାରଣା, ପୁରୁଷୋତ୍ତମ ପାଣିଗ୍ରାହୀ, ଭୂକୁଲୁ ବକ୍ସି, ଗଣେଶ ମେହେର, ନରସିଂହ ରାଓ, ରାଜେନ୍ଦ୍ର ସାହୁ, ଆଦିଦ୍ୟ କିଶୋର ଦାନୀ, ଗତି କୃଷ୍ଣ ମିଶ୍ର, ଦିଗାମ୍ବର ଶତପଥୀ, ବଳରାମ ପଟ୍ଟ ନାୟକ, ଫୁଟବଲ୍ ସଂପାଦକ ରାଜିବ ସାହୁ ପ୍ରମୁଖ ଯୋଗ ଦେଇ ଏହି ଟର୍ଣାମେଣ୍ଟ ର ଆୟୋଜନ ଓ ସମସ୍ତ ବ୍ୟବସ୍ଥା ଉପରେ ମତ ରଖି ଥିଲେ l ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l