-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା ତଥା କଣ୍ଟାବାଞ୍ଜି ଅଞ୍ଚଳ ପାଇଁ ଆସିଛି ଏକ ବଡ ଖୁସି ଖବର। ବିଶିଷ୍ଟ ଶିକ୍ଷାବିତ୍, ଅଧ୍ୟକ୍ଷ, ଲେଖକ, ସମାଜସେବୀ ଓ ଆଇନ ପରାମର୍ଶଦାତା ଡକ୍ଟର ରମେଶ ଚନ୍ଦ୍ର ମାହାନନ୍ଦ ଙ୍କୁ ଦେଶର ପ୍ରତିଷ୍ଠିତ ଜାତୀୟ ସମ୍ମାନ 'ଭାରତ ରତ୍ନ ସେବା ସମ୍ମାନ - ୨୦୨୬' ରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ନୀତି ଆୟୋଗ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ 'ହେଲ୍ପିଙ୍ଗ ହ୍ୟୁମାନ୍ସ' ଓ 'ଦର୍ପଣ' ପକ୍ଷରୁ ତାଙ୍କୁ ଏହି ମହାନ ସମ୍ମାନ ପ୍ରଦାନ କରାଯାଇଛି। ମାନପତ୍ର ରେ ଡକ୍ଟର ମାହାନନ୍ଦଙ୍କୁ ଜଣେ ଅଧ୍ୟକ୍ଷ, ଶିକ୍ଷାବିତ୍, ବିଶିଷ୍ଟ ବକ୍ତା, ଲେଖକ, ସମାଜସେବୀ, ଆଇନ ପରାମର୍ଶଦାତା, ଭାବେ ବର୍ଣ୍ଣନା କରାଯାଇଛି। ଶିକ୍ଷା, ସାହିତ୍ୟ, ସମାଜସେବା, ଆଇନ ଏବଂ କଳା କ୍ଷେତ୍ରରେ ତାଙ୍କର ଅସାଧାରଣ ନେତୃତ୍ୱ, ଉତ୍କୃଷ୍ଟ ଶିକ୍ଷାଦାନ, ଯୁବପିଢି ଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ, ସାହିତ୍ୟ ସୃଷ୍ଟି, ଜନକଲ୍ୟାଣ, ସାମାଜିକ ସଚେତନତା, ନ୍ୟାୟ ପ୍ରଚାର ଓ ରାଷ୍ଟ୍ର ନିର୍ମାଣ ଦିଗରେ ତାଙ୍କର ଆଜୀବନ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଏହି ପୁରସ୍କାର ଦିଆଯାଇଛି ବୋଲି ଉଲ୍ଲେଖ ରହିଛି। ଏହି ସମ୍ମାନ ପାଇବା ପରେ ଡକ୍ଟର ମାହାନନ୍ଦ କହିଛନ୍ତି ଯେ ମୁଁ ପ୍ରତିଷ୍ଠିତ ଭାରତ ରତ୍ନ ସେବା ସମ୍ମାନ ପାଇ ଅତ୍ୟନ୍ତ ଗର୍ବିତ। ପ୍ରଥମେ ମୁଁ ହେଲ୍ପିଙ୍ଗ ହ୍ୟୁମାନ୍ସ ଓ ଦର୍ପଣ ସଂସ୍ଥାକୁ ଧନ୍ୟବାଦ ଜଣାଉଛି, ଯିଏ ମୋତେ ଏଭଳି ଗୌରବମୟ ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ମନେ କଲେ। ଏହି ପୁରସ୍କାରକୁ ମୁଁ ମୋର ସ୍ୱର୍ଗତ ପିତା ଓ ମୋ ପ୍ରିୟ ମା'ଙ୍କୁ ସମର୍ପଣ କରୁଛି। ମୋ ଧର୍ମପତ୍ନୀଙ୍କ ପ୍ରେରଣା ଏବଂ ମୋ ପୁଅ ଓ ଝିଅର ସହଯୋଗ ପାଇଁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ। ଏହି ଖବର ପ୍ରଚାରିତ ହେବା ପରେ କଣ୍ଟାବାଞ୍ଜି ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ର ଓ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ଏବଂ ଶୁଭେଚ୍ଛା ର ସୁଅ ଛୁଟିଛି।