-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବିଜେପି ପକ୍ଷରୁ ଘଣ୍ଟାପଡ଼ା ମଣ୍ଡଳ ଅନ୍ତର୍ଗତ ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଶକ୍ତିକେନ୍ଦ୍ର ପ୍ରମୁଖ ରାଜିବ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସଭାପତି ଗୋପୀନାଥ କଅଁରଙ୍କ ସମେତ ଅମୂଲ୍ୟ ନାଏକ, ସୂର୍ଯ୍ୟ ଦେହୁରୀ, ଦିଲିପ ଚୂହାନ, ନିମାଇଁ ରଣା ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଦଳର ସାଙ୍ଗଠନିକ ସ୍ଥିତିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ଯୋଗ୍ୟ ହିତାଧିକାରୀମାନେ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ କର୍ମୀମାନେ ଗୁରୁତ୍ୱ ଦେବାକୁ ଆଲୋଚନାରେ କୁହାଯାଇଥିଲା। ଅଞ୍ଚଳର ବିଭିନ୍ନ ସମସ୍ୟା ଚିହ୍ନଟ କରି ତାହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ବୈଠକରେ ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରର ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।