-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ବରୀ (ରଂଜିତ ମହାନ୍ତି )
ବିଜ୍ଞାନ ଚେତନା ମଞ୍ଚ ଓଡିଶା ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଏକ ବିଶେଷଙ୍କ ଦଳ ବରୀ ଓ ଯାଜପୁର ବ୍ଳକ ବନ୍ୟା ସମ୍ପର୍କିତ କିଛି ଅଞ୍ଚଳ ର ସର୍ଭେ କରିଛନ୍ତି l ଏହି ବିଶେଷଙ୍କ ଦଳର ଭୂଗୋଳ ବିଭାଗ ର ପ୍ରଫେସର ଶିବ ଶଙ୍କର ସାହୁ, ଅର୍ଥଶାସ୍ତ୍ର ବିଭାଗ ର କୀର୍ତ୍ତି ରଞ୍ଜନ ପାଲଟାସିଂ ଏବଂ ରସାୟନ ବିଭାଗ ର ପ୍ରଫେସର ସିଦ୍ଧାର୍ଥ ଭରଦ୍ୱlଜ ନେତୃତ୍ୱ ରେ ବ୍ରାହ୍ମଣୀ ନଦୀ ର କିମ୍ଭିରିଆପାଳ ପଞ୍ଚାୟତର ବାଙ୍କ ସାହି ର ଭୂଗୋଳିକ ସ୍ଥିତି ନଦୀର ବାଲିସ୍ତର ଏବଂ ନଦୀ ର ଅବବାହିକା କୁ ଅନୁଧ୍ୟାନ କରିଥିଲେ l ଏହା ପରେ ବିଶେଷ ଙ୍କ ଦଳ ଟି ବlଇଁଶୀରିଆ, ଅଟିରା, ଅରୁଆଳ, ଦରଘା, ଅରଙ୍ଗାବାଦ, ଅନ୍ୟସାପୁର, କଳାମାଟିଆ, ଭଅଁରା, ସାରଙ୍ଗପୁର, ଚଟୁମାରୀ, ବରୀ, ଏରବାଙ୍କ, ସାହସପୁର ପ୍ରମୁଖ ବନ୍ୟାଦ୍ୱରା କ୍ଷୟକ୍ଷତି ହେଇଥିବା ପଞ୍ଚାୟତର ଓ ଗ୍ରାମଗୁଡିକ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଗବେଷକ ଡ଼କ୍ଟର ଅମରେନ୍ଦ୍ର ନାୟକ, ଶୁଭଶ୍ରୀ ବିଶ୍ୱାଳ, ରାଜେଶ ବଳ ବନ୍ୟା ଦ୍ୱରା ଭୁତଲ ଜଳ ଉପରେ ପଡ଼ିଥିବା ପ୍ରଭାବ କୁ ଜlଗିବା ପାଇଁ ଜଳ ନମୁନା ସଂଗ୍ରହ କରିଥିଲେ l ଏଥିରୁ ମିଳୁଥିବା ବିଭିନ୍ନ ବନ୍ୟା ସମ୍ପକିତ ପ୍ରଭାବ କୁ ପରବର୍ତ୍ତ ସମୟରେ ପରୀକ୍ଷା ଗାର ରେ ପରୀକ୍ଷା କରିବା ସହିତ ସାଟଲାଇଟ ଚିତ୍ର ସହ ମେଳ କରାଯିବା ଏହି ସର୍ଭେ କାର୍ଯ୍ୟକ୍ରମ କୁ ସମ୍ପାଦନ କରିବା ପାଇଁ ଅଜୟ କୁମାର ସାହୁ, କୁଲମଣୀ ନାୟକ, ଗଣେଶ ଚନ୍ଦ୍ର ସେନାପତି, ମାନଗୋବିନ୍ଦ ସାହୁ, ଭାଗିରଥି ବାରିକ ପ୍ରମୁଖ ଆଞ୍ଚଳିକ ସ୍ତରରେ ପ୍ରତିନିଧି ଦଳକୁ ସହଯୋଗ କରିଥିଲେ l