-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ବଲାଙ୍ଗୀର /ଖପ୍ରାଖୋଲ: ଆଜି ହେଉଛି ବିଶ୍ୱ ସ୍ୱଛତା ଦିବସ l ଏହି ଦିବସ ରେ ଭିନ୍ନ ଭିନ୍ନ ସ୍ଥାନ ରେ ସେବା କାର୍ଯ୍ୟକ୍ରମ ହୋଇଥାଏ l ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠ ରେ ସର୍ବଦା ଭକ୍ତ ମାନଙ୍କର ଭିଡ଼ ଲାଗି ରହିଥାଏ l ଏହିପାଇଁ ଏହି ସ୍ଥାନ ର କୁ ସଫା ରଖିବା ପାଇଁ ବିଭାଗ ର ଯତ୍ନ ରହିଛି କିନ୍ତୁ ଏଠାରେ କହି ରଖୁ କି ଏହି ସ୍ଥାନ କୁ ଯିବା ବେଳେ ସମ୍ମୁଖ ତୋରଣ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ରେ ଗୋଟିଏ ଵି ଡଷ୍ଟପିନ ରଖାଯାଇ ନାହିଁ ଯାହା ଆଲୋଚନା ର ବିଷୟ l ଏହିପରି ଦୁରାବ୍ୟସ୍ତା କୁ ଦେଖି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ମାନେ ଏହି ସମସ୍ୟା ର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ l ମନ୍ଦିର ର ରାସ୍ତା ର ଦୁଇ କଡ଼ ରର ଥିବା ଦୋକାନ ମାନଙ୍କ ରେ କିଛି କିଛି ଡଷ୍ଟପିନ ମାନ ରଖିଥିଲେ l ଯାତ୍ରୀ ମାନଙ୍କୁ ସଚେତନ କରିଥିଲେ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ଏଣେତେଣେ ନ ପକାଇ ଡଷ୍ଟ ପିନ ରେ ପକାନ୍ତୁ l ଏହା ସହ ମନ୍ଦିର ର ସମ୍ମୁଖ ରାସ୍ତା କୁ ସଫେଇ ଟ୍ରଷ୍ଟ ପକ୍ଷରୁ କରାଯଇଥିଲା l ଆଜି ର ସାମାଜିକ କାମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଡାକ୍ତର ନିରାକାର ତ୍ରିପାଠୀ, ବଲାଙ୍ଗୀର ଜିଲ୍ଲାର ପ୍ରତିନିଧି ଚୈତନ୍ୟ ନାୟକ, ଜୋତିଷ ଗୌରାଙ୍ଗ ନାୟକ, ତପନ କୁମାର ନାଥ, ଅଭୟ ବେହେରା, ସଂଜୀବ ବାଘ ଓ ସ୍ଥାନୀୟ ବାସିନ୍ଦା ଦେବାଶିଷ ମହାନ୍ତି ଓ ସାଧାରଣ ଜନତା ଉପସ୍ଥିତ ଥିଲେ l