-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ଟିଟିଲାଗଡ଼(ପ୍ରେରଣା ଖବର)- ଆଉ କିଛି ଦିନ ପରେ ହେବ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା। ଚଳିତ ବର୍ଷ ୯୦ତମ ଦୁର୍ଗା ପୂଜା ଆୟୋଜନ କରିବ ମାଉସୀମା ମନ୍ଦିର ଦୁର୍ଗା ପୂଜା କମିଟି। ରବିବାର ସଂନ୍ଧ୍ୟାରେ କମିଟି ସଦସ୍ୟ ଶ୍ୟାମା ପ୍ରସାଦ ଗରିଆ ଓ ୧୯୮୦ ମସିହାରେ ଯେଉଁମାନେ ପୂଜା ଦାୟିତ୍ବ ଗ୍ରହଣ କରିଥିଲେ ଓ କମିଟିର ସଦସ୍ୟ ମାନଙ୍କ ଉପସ୍ଥିତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସଭାପତି ଭାବରେ ମହେଶ ଇନ୍ଦୋରିଆ, ଉପ ସଭାପତି ଆକାଶ ଗୋୟଲ, ସମ୍ପାଦକ ତାଡ଼କେଶ୍ୱର ପଟ୍ଟନାୟକ, ସହ ସମ୍ପାଦକ ଜିତେନ୍ଦ୍ର କୁମାର ଜୈନ, କୋଷାଧକ୍ଷ ଆରୁସ କୁମାର ଶର୍ମା , ସହ ସମ୍ପାଦକ ମିଣ୍ଟୁ ଶର୍ମାଙ୍କୁ ଚୟନ କରାଯାଇଛି। ସେହିପରି ୧୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ଓ ୧୦ ଜଣଙ୍କୁ ଉପଦେଷ୍ଟା ଚୟନ କରାଯାଇଛି। ଏହି ବୈଠକରେ ରାଜୁ ମିଶ୍ର, ମହେଶ ଇଣ୍ଡୋରିଆ, ଧବଳେଶ୍ୱର ଦଲବେହେରା, କାଲି ପ୍ରସାଦ ମୁଖାର୍ଜୀ, ଟ୍ୱିନୁ ଅଗ୍ରୱାଲ, ମନରଞ୍ଜନ ବାଗଙ୍କ ସମେତ ଅନ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ପୂରଣା ତଥା ସ୍ୱର୍ଗବାସ ହୋଇଥିବା ସଦସ୍ୟ ମାନଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ପୂର୍ବ ବର୍ଷର କୋଷାଧକ୍ଷ ଗତବର୍ଷର ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ। ଚଳିତ ବର୍ଷ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯିବା, ଅତି ସୁନ୍ଦର ତୋରଣ, ଲାଇଟ ସାଜସଜ୍ଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯାଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।