-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ବରପାଲି (ସୁଦାମ ଦୀପ) ବରପାଲି ବଲାଙ୍ଗୀର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଗାଈ ସହ ବାଇକ୍ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଜୟ କୁମାର ସିଂ (୪୮)।ସୂଚନା ଅନୁସାରେ, ଅଜୟ ତାଙ୍କ ଜଣେ ବନ୍ଧୁଙ୍କ ସହ ମୋଟରସାଇକେଲରେ ଫେରୁଥିବା ବେଳେ ରାସ୍ତାରେ ହଠାତ୍ ଏକ ଗାଈ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ତାଙ୍କ ବନ୍ଧୁ ସାମାନ୍ୟ ଆହତ ହୋଇଥିବା ବେଳେ ଅଜୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବରପାଲି ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ରାଇପୁର ନେଇଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଜୟଙ୍କ ପୁଅ ଭାରତୀୟ ନୌସେନାରେ ଶ୍ରୀଲଙ୍କାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପୁଅ ଶ୍ରୀଲଙ୍କାରୁ ଫେରିବା ପରେ ଗାଁରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।