-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-May-2021
ମୟୂରଭଞ୍ଜ(ପ୍ରେରଣା ଖବର ବ୍ୟୁରୋ) : ପୂର୍ବ ବଙ୍ଗୋପସାଗର ରେ ଘଟିଥିବା ସାମୁଦ୍ରିକ ବାତ୍ୟା ୟାସ ର ପ୍ରଭାବ ରେ ହେବାକୁ ଥିବା କ୍ଷୟକ୍ଷତି ର ମୁକାବିଲା ନିମନ୍ତେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।ପ୍ରସ୍ତୁତି ର ଅନୁଧ୍ୟାନ କରିବାକୁ ସୋମବାର କରଞ୍ଜିଆ ଉପଜିଲ୍ଲାପାଳ ଡ଼ ରଜନୀ କାନ୍ତ ବିଶ୍ୱାଳ ଠାକୁରମୁଣ୍ଡା ବ୍ଲକ ଅଧିନସ୍ଥ ଧାତକିଡିହା,ଶାଳଚୁଆ,ଭଳିଆ ଡାଳ ଗ୍ରାମପଞ୍ଚାୟତ ଗୁଡିକରେ କରାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ବୁଲି ଦେଖିଛନ୍ତି।ସ୍ଥାନୀୟ ବିଡ଼ିଓ,ଶ୍ୟାମସୁନ୍ଦର ଟୁଡୁ,ତହସିଲଦାର। ପୋଲିସ ଏସ ଡିପିଓ ସୁଦର୍ଶନ ଗାଙ୍ଗଈ କ ସହିତ ବାତ୍ୟା ମୁକାବିଲା କରିବାକୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି।ଠାକୁରମୁଣ୍ଡା ବ୍ଲକ ରେ ୧୮ ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରା ଯାଇଛି।ବିଭିନ୍ନ ଗ୍ରାମପଞ୍ଚାୟତ ଗୁଡ଼ିକ ରେ ଥିବା ବିଦ୍ୟାଳୟ ଗୁଡିକୁ ଆଶ୍ରୟ ସ୍ଥଳୀ କରାଯାଇଛି।ପ୍ରବଳ ବର୍ଷା ସହ ପବନ ବିପଦ ଆଣିବା ଆଶଙ୍କା ଥିବାରୁ ମାଟି ଘର,ଓ ଦୁର୍ବଳ ଘର ମାନଙ୍କ ରେ ରହୁ ଥିବା ଲୋକମାନେ ନିକଟ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଚାଲି ଯିବାକୁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ପ୍ରଚାର କରାଯାଉଛି।ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ କୋଭିଡ ନିୟମ ମୁତାବକ ଲୋକେ ଆଶ୍ରୟ ନେବାକୁ କୁହାଯାଇଛି।ଆଶ୍ରୟ ସ୍ଥଳୀ ଗୁଡିକ ରେ ଲୋକ ମାନକୁ ରନ୍ଧା ଖାଦ୍ୟ, ପାନୀୟ ଜଳ, ଅଲୋକ ବ୍ୟବସ୍ଥା,ମାସ୍କ ଯୋଗାଇ ଦିଆଯିବ।ଅଗ୍ନିଶମ ବିଭାଗ କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି l