-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-May-2021
ପଦ୍ମପୁର,(ପ୍ରେରଣା ଖବର ବ୍ୟୁରୋ): ପ୍ରତି ବର୍ଷ ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର ନିକଟରେ ଗତ ମଙ୍ଗଳବାର ଦିନ ରୁ ଚତୁର୍ଦ୍ଦଶୀ ତିଥିରେ ଏକ ମାସ ଧରି ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ଗତ ବର୍ଷ ଓ ଚଳିତ ବର୍ଷ ଏହି ମେଳା ଅନୁଷ୍ଠିତ ହୋଇ ପାରିନାହିଁ । ହେଲେ ପଡୋଶୀ ଛତିଶଗଡ଼ ରାଜ୍ୟ ରୁ ତଥା ବହୁ ଦୁର,ଦୁରାନ୍ତ ରାଜ୍ୟ ରୁ ଜନ ପ୍ରବଳ ଜନ ସମାଗମ ସହ ପ୍ରଭୁ ନୃସିଂହ ନାଥ ଦର୍ଶନ ସହ ଲମ୍ବା ପାହାଡ଼ ଚଢ଼ି ଝରଣା ରେ ବୁଡ଼ ପକାଇବା ସହ ଦର୍ଶନ କଲେ ସବୁ ମନୋକାମନା ପୂରଣ ହେବା ବିଶ୍ୱାସ ରହିଛି । ଉକ୍ତ ପାହାଡ଼ ଚଢ଼ି ଐତିହାସିକ ମନ୍ଦିରକୁ ପୂର୍ବେ ପାଟଣାଗଡ ରାଜ୍ୟ ରୂପେ ଥିବା ରାଜା ବୈଜଳ ସିଂ ୧୩୧୩ ମସିହା ରେ ସ୍ଥାପିତ କରିଥିଲେ ଏହି ମନ୍ଦିର । ୪୫ ଫୁଟ୍ ଉଚ୍ଚ ର ଏହି ମନ୍ଦିର ଐତିହାସିକ ଙ୍କ କହିବା ଅନୁସାରେ ଏହି ସ୍ଥାନରେ ଏକ ଅସୁର ର ବାସ ଥିଲା ଏବଂ ଏହି ଅସୁରର ନାଶ ପାଇଁ ଭଗବାନ ବିଷ୍ଣୁ ଆସିଥିଲେ ସେହିସମୟରେ ଅସୁରଟି ମୂଷା ରୂପ ନେଇ ଏକ ଗାତକୁ ପଶିଯାଇଥିଲା, ମୂଷାକୁ ଧରିବା ପାଇଁ ଭଗବାନ ବିଷ୍ଣୁ ବିରାଡ଼ି ରୂପରେ ଗାତ ବାହାରେ ଅପେକ୍ଷା କରିଥିଲେ । ସେଥିପାଇଁ ଭଗବାନ ଏଠାରେ ବିରାଡ଼ି ରୂପରେ ମଧ୍ୟ୍ୟ ପୂଜା ପାଇଥାନ୍ତି କିନ୍ତୁ ଏଠାରେ ମୁଖ୍ୟ ଭାବେ ଭଗବାନ ବିଷ୍ଣୁଙ୍କ ନର ସିଂହ ରୂପେ ଆବିର୍ଭାବ ନୃସିଂହ ଅବତାରକୁ ପୂଜା କରାଯାଏ ।
ସେହିପରି ରାମାୟଣ ଯୁଗରେ ଗନ୍ଧମାର୍ଦ୍ଦନ ପର୍ବତ ରୂପେ ରହିଥିବା କିମ୍ବଦନ୍ତୀର ଏହି ରହସ୍ୟମୟ ସ୍ଥାନର ଅନେକ କିମ୍ବଦନ୍ତୀ ରହିଛି । ବର୍ତ୍ତମାନ ଏହି ସ୍ଥାନ ନିଜର ଐତିହାସିକ ରହସ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥଳୀ ଭାବେ ରହିଛି । ଓଡିଶାର ପର୍ଯ୍ୟଟନ ମାନଚିତ୍ର ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚିତ ଏହି ଦର୍ଶନୀୟ ସ୍ଥଳୀ ସୌନ୍ଦର୍ଯ୍ୟ ରେ ଭରପୁର ସ୍ଥାନରେ ଅନେକ ଭକ୍ତ ତଥା ମାନସିକ ଧାରୀ ଦୂରତା ଭିତ୍ତି ରେ ଦର୍ଶନ କରିଛନ୍ତି । ଗତ ମଙ୍ଗଳବାର ଠାରୁ ଭକ୍ତଙ୍କ ଦର୍ଶନ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ମାନ ଗ୍ରହଣ କରାଯାଇଛି l