-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-May-2021
ବଡ଼ମାଲ,(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ସଇଁତଲା ନିକଟସ୍ଥ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ମାଲ ଗୋଳା ବାରୁଦ କାରଖାନା ନିକଟରେ ଥିବା ବଡ଼ମାଲ ଫାଣ୍ଡି ବର ଗାଁ ଛକ ଦେଇ ଯାଇଥିବା ନିକଟସ୍ଥ ରେଲୱେ ଲାଇନ କଡରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି । ଉକ୍ତ ବଡ଼ମାଲ ରେଳ ଷ୍ଟେସନରୁ କିଛି ଦୂରରେ ଥିବା ଏକ ନାଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳି ନଥିବା ପୋଲିସ ତରଫରୁ ସୂଚନା ମିଳିଛି । ତେବେ କେହି ହତ୍ୟା କରି ପକେଇ ଦେଇଥିବା ସନ୍ଦେହ ପ୍ରକାଶ ପାଇଛି । ଉକ୍ତ ଯୁବକର ବର୍ତ୍ତମାନ ସୁଦ୍ଧା କିଛି ପରିଚୟ ମିଳି ପରି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି l ଘଟଣା ସମ୍ପର୍କରେ ସଇଁତଳା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଇଛି ।