-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ପୁରୀ (ପ୍ରେରଣା ଖବର ବ୍ୟୁରୋ): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥି,ଯାହାକୁ ପବିତ୍ର ଅକ୍ଷୟ ତୃତୀୟା ନାମରେ ଘରେ ଘରେ ପାଳିତ ହୁଏ । କାହିଁକି ନା ଏହି ଦିନ ଠାରୁ ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ର ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଶ୍ରୀଜୀଉ ଙ୍କ ବାହାର ଚନ୍ଦନ ଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି କାରଣରୁ ଅନେକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ଯାତ୍ରା ଦେଖିବାରୁ ବଞ୍ଚିତ ହେବେ। କିନ୍ତୁ ଏହାକୁ ନେଇ ଦୀର୍ଘ 4 ଦିନ ର ପରିଶ୍ରମ ରେ 2120 ଟି ଦିଆସିଲି କାଠି କୁ ନେଇ ଚନ୍ଦନ ଯାତ୍ରାରେ ବ୍ୟବହୃତ ହେଉଥିବା ନନ୍ଦା ଓ ଭଦ୍ରା ଦୁଇଟି ଚାପ ମଧ୍ଯ ରୁ ଧଳା ଚାପ ନାମରେ ନାମିତ "ନନ୍ଦା" ର ପ୍ରତିକୃତି ନିର୍ମାଣ କରିଛନ୍ତି
ପୁରୀ କୁମ୍ଭାର ପଡ଼ାର ଯୁବଶିଳ୍ପୀ ଶାସ୍ୱତ ରଞ୍ଜନ ଦାସ | ଯାହାର ଲମ୍ବ 24 ଇଞ୍ଚ ଓ ପ୍ରସ୍ଥ 19 ଇଞ୍ଚ ବିଶିଷ୍ଟ ରହିଛି। ଏହାକୁ ନିର୍ମାଣ କରିବା ପାଇଁ କେବଳ ଦିଆସିଲି କାଠି ଓ ଅଠା ବ୍ୟବହାର କରାଯାଇଥିବା ବେଳେ ଏହି କଳାକୃତି ସାଧାରଣରେ ବେଶ ଆଦୃତ ଲାଭ କରିଛି |