-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2026
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ବ୍ଲକ୍ ପଟୁଆପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମେରପାଲି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ ହୋଇଯାଇଛି l ପ୍ରଥମ ଦିନରେ ସ୍ଥାନୀୟ ବରିଷ୍ଟ ଯୁବ ସମାଜସେବୀ କୂଳମଣି କଣ୍ଟା ଫିତାକାଟି ଖେଳ ର ଶୁଭାରମ୍ଭ କରିଥିଲେ l ପ୍ରଥମ ମ୍ୟାଚ୍ ଆୟୋଜକ ଡୁମେରପାଲି ଏବଂ ଝାରମୁଣ୍ଡା ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଡୁମେରପାଲି ଝାରମୁଣ୍ଡା ଦଳକୁ ଗୋଟିଏ ଗୋଲଦେଇ ବିଜୟୀ ହୋଇଥିଲା l ଦ୍ୱିତୀୟ ମ୍ୟାଚ୍ ସକମା ଆଉ ଦିକଶିରା ମଧ୍ୟରେ ହୋଇଥିଲା ଏହି ମ୍ୟାଚ୍ ରେ ଦିକଶିରା କୁ ଦୁଇଟି ଗୋଲ ଦେଇ ଶକମା ଦଳ ବିଜୟୀ ହୋଇଥିଲା l ତୃତୀୟ ମ୍ୟାଚ୍ ଡୁମେରପାଲି ଏବଂ ସକମା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା ଶେଷକୁ ପେନାଲଟି ରେ ଖେଲ ପହଞ୍ଚିବା ପରେ ସକମା ଦଳ ବିଜୟୀ ହୋଇଥିଲା l ଏହି ମହାକୁମ୍ଭ ର ପରିଚାଳନା ଦାୟିତ୍ୱ ରେ ଥିଲେ ସୁରେଶ ନାୟକ, ଜ୍ୟୋତିର୍ମୟ ରାଉତ, କୈବଲ୍ୟ ଭୁଏ ଏବଂ ବଲ୍ଲଭ ମଲ୍ଲିକ । ଖେଳ ରେ ସୁବଳ ନାଏକ,କୁମ୍ଭାର ମହାକୁର, ସୁଦର୍ଶନ ନନ୍ଦ, ସୁରେନ୍ ଧାରୁଆ, ପ୍ରକାଶ ବାଗ,ହେମନ୍ତ ସା , ରାଧେବଲ ସାଣ୍ଡ, ଅମର ଝାଙ୍କର ଏବଂ ଡୁମେରପାଲି ର ଯୁବକ ଗୋଷ୍ଠୀ ସହଯୋଗ କରିଥିଲେ l