-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||     

HOME   ଜିଲ୍ଲା

ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !

24-Sep-2026



ରିପୋର୍ଟ  : ମଳୟ ମିଶ୍ର 

ବଲାଙ୍ଗୀର:  ଗତ ୨୦ ତାରିଖରେ ବଲାଙ୍ଗୀର ବନବିଭାଗର ବଲାଙ୍ଗୀର ରେଞ୍ଜ୍ ର ଜଣେ ଫରେଷ୍ଟରଙ୍କ ଅଫିସ ପଛପଟ କ୍ବାର୍ଟରରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଘଟଣାରେ ବିଭାଗୀୟ ଉପର ଅଧିକାରୀଙ୍କ ପିସି ଦାବି ଅଭିଯୋଗର ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହାର ୨ ଦିନ ପୂର୍ବରୁ ଗତ ୧୮ ତାରିଖରେ ଜିଲ୍ଲା ଯୋଗାଣ ଅଫିସରେ ଜଣେ ପରିବହନ ଠିକାଦାରଙ୍କ ଅମାନତ ଜମାଟଙ୍କାର ରିଲିଜ୍ କୁ ପିସି ଦାବି କରି ଜାଣିଶୁଣି ଅଟକାଇ ରଖିବା ଅଭିଯୋଗରେ ଉକ୍ତ ଠିକାଦାର ଓ  ଏ ଏମ୍ ଙ୍କ ମଧ୍ୟରେ କଥା କଟାକଟି ହୋଇ ଥାନାରେ ମାମଲା ଋଜୁ ହେବା ପର୍ଯ୍ୟନ୍ତ କଥାଯାଇଛି  ।   ସିସି ଟିଭି ନଥିବା ଉକ୍ତ ବିଭାଗର ନିଭୃତ ହିସାବ କକ୍ଷ ଭିତରେ ଅଭିଯୋଗକାରୀ ଅଧିକାରୀ ଏ ଏମ୍ ଶୁଭେନ୍ଦୁ କୁମାର ରାଉତ ଓ ଅଭିଯୁକ୍ତ ଏଲ୍- ୨ ଠିକାଦାର ସୁଧାର୍ଥୀ ପଟେଲଙ୍କ ମଧ୍ୟରେ ପ୍ରକୃତରେ କ'ଣ ଘଟିଥିଲା , ତାହା ଆଉ କେହି ଦେଖି ନ ଥିବା ବେଳେ, ଘଟଣାସମୟରେ ଅଫିସରେ ଅନୁପସ୍ଥିତ ଥିବା ସିସିଏସଓ  ଦୁର୍ଗା ଚରଣ ବେଶ୍ରା ପରେ ପହଞ୍ଚି ଏ ଏମ୍ ଙ୍କ ଉପରକୁ ଶ୍ରୀ ପଟେଲ  ଟୁଲ୍ ଫିଙ୍ଗି ଆକ୍ରମଣ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସମନ୍ଧୀୟ ପୁଲିସ୍ ଏତଲାକୁ ସୁପାରିଶ କରିଥିବା ସତ୍ତ୍ବେ ସାମ୍ବାଦିକଙ୍କୁ ଏହା  ଉଭୟଙ୍କ ମଧ୍ୟରେ କଥା କଟାକଟି ବୋଲି ପ୍ରକାଶ କରିଛନ୍ତି ।  ତେବେ ଉକ୍ତ ଅଫିସ୍ ର ଅଭିଯୋଗକାରୀ ଏ ଏମ୍ ଓ ମୁଖ୍ୟ ଅଧିକାରୀ ସିସିଏସ୍ ଓ ଙ୍କର ଏଭଳି ପରସ୍ପର ବିରୋଧୀ କଥା ସତ୍ତ୍ବେ ସ୍ଥାନୀୟ ଟାଉନ ଥାନାରେ ୪୩୩ / ୨୬ ନମ୍ବରରେ ଏହା ଋଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତାର ୩୫୧ ( ୩ ) , ୧୧୫ ( ୨ ) , ୨୯୬ ,୧୩୨ କ୍ରମେ ଧମକଚମକ ଦେବା , ମାଡପିଟ କରିବା ,ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଓ ସରକାରୀ କାର୍ଯ୍ୟରେ ଆପରାଧିକ ବଳ ପ୍ରୟୋଗ କରି ପ୍ରଭାବିତ କରିବା ଭଳି ଦଫା ଦିଆଯାଇଛି ।  ଏଣୁ ଏହି ଅନୁଯାୟୀ , ଅଭିଯୁକ୍ତ ଠିକାଦାରଙ୍କୁ ପୁଲିସ ପକ୍ଷରୁ ଏକ ନୋଟିସ ଦିଆ ଯାଇଥିବା ସହ ବିଭାଗ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା ଏବଂ ଆଜି ୨୩ ତାରିଖରେ ଠିକାଦାରଙ୍କ ପକ୍ଷରୁ ସେ ନିଜେ ଯାଇ ସି ଏସ୍ ଓଙ୍କୁ ତାଙ୍କର ଏକ ଲିଖିତ କୈଫିୟତ୍ ପ୍ରଦାନ କରିଥିବା ଦେଖାଯାଇଛି । 

ଏ ସମ୍ପର୍କରେ  କ'ଣ ଓ କାହିଁକି ଏପରି ଘଟିଲା ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବଲାଙ୍ଗୀର ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ତଥା ଜିଲ୍ଲା ପରିଚାଳକ , ଯୋଗାଣ ନିଗମ ଲିଃ ଦୁର୍ଗା ଚରଣ ବେଶ୍ରା ଏହି ବିବାଦ ସମ୍ପର୍କରେ ସେ ବିଶେଷ କିଛି ଜାଣି ନ ଥିବା ଓ ଅଭିଯୁକ୍ତ ପରିବହନ ଠିକାଦାରଙ୍କର କୌଣସି କିଛି ବକେୟା ପାଉଣା ଥିଲା ବା ସେଥିରେ କିଛି ସମସ୍ୟା ହୋଇଛି , ସେ ଥିଲାବେଳେ ତାଙ୍କର ତାଙ୍କ ସହିତ ଆଲୋଚନା କରିବା କଥା ଓ ଅମାନତ ଜମାଫେରସ୍ତ ଇତ୍ୟାଦି ସବୁକିଛି ସରକାରୀ ପ୍ରକ୍ରିୟାକ୍ରମେ ହେଉଛି  । ଏଠାରେ ଆବଶ୍ୟକ ମୁତାବକ କର୍ମଚାରୀଙ୍କ ଅଭାବ ରହିଛି ଏବଂ ଏହା ତାଙ୍କ ସମୟର ନୁହେଁ ଓ ସେ ତାଙ୍କର କେତେ କ'ଣ ପାଉଣା ଅଛି ,ଜାଣି ନ ଥିବା ସଫେଇ ଦେଇଥିଲେ । 

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ  ଅଫିସରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତରେ ଏକୁଟିଆ ବସି କାମ କରୁଥିବା ଅଭିଯୋଗକାରୀ ଏ ଏମ୍ ଶୁଭେନ୍ଦୁ କୁମାର ରାଉତ କହିଛନ୍ତି ଯେ ଅଭିଯୁକ୍ତ ହଠାତ୍ ଆସି ତାଙ୍କୁ ଶୋଧାଶୋଧି କରି ତାଙ୍କ ଉପରକୁ ଟୁଲ୍ ଉଠାଇ ଫିଙ୍ଗି ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ  ଓ ଅଭିଯୁକ୍ତଙ୍କ ଅଭିଯୋଗ ଅନୁଯାୟୀ ସେ ମିଛ ଅଭିଯୋଗ କରୁଛନ୍ତି ଓ ସେ ତାଙ୍କୁ ପିସି ଇତ୍ୟାଦି କୌଣସିପ୍ରକାର ଦାବି କରିନାହାଁନ୍ତି । ଏହା ସହିତ ସେ ଏଠି ନିଜକୁ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଥିଲେ ।

ସେତିକିବେଳେ ସେଠାରେ କୌଣସିପ୍ରକାର ଭୟର ବାତାବରଣ ନ ଥିବା ସହ ତାଙ୍କରି ଅଫିସ ପ୍ରକୋଷ୍ଠ ସମ୍ମୁଖରେ ଓ ସି ଏସ ଓ ଏବଂ ଅନ୍ୟାନ୍ୟ ମହିଳା ଓ ପୁରୁଷ ଅଧିକାରୀ / କର୍ମଚାରୀଙ୍କ ଗହଣରେ ଅଫିସ ପରିସରରେ ଏକାକୀ ବୁଲୁଥିବା ଅଭିଯୁକ୍ତ ସୁଧାର୍ଥୀ ପଟେଲଙ୍କୁ ସାମ୍ବାଦିକମାନେ ଭେଟି ପଚାରିବାରୁ ସେ କହିଛନ୍ତି ଯେ , ସେ ଏଠାରେ ପଚିଶବର୍ଷ ହେଲା ପରିବହନ ଠିକାଦାର ରହି ଆସିଲେଣି । ତାଙ୍କର ପ୍ରାୟ ୫୫ ଲକ୍ଷର ବିଲ୍ ପାଇବାକୁ ଅଛି । ତାଙ୍କର ଗତ ୨୦୨୧ ରୁ ସିକ୍ୟୁରିଟି ଫେରସ୍ତ ବାବଦକୁ ପ୍ରାୟ ୧୧ ଲକ୍ଷ ଟଙ୍କା ରହିଛି ।  ସେ କିଛିମାସ ଆଗରୁ ଆବେଦନ କରି ରାଜ୍ୟ ଅଫିସରୁ ଏଠାକୁ ଆସି ଏ ଏମ୍ ଙ୍କ ନିକଟରେ ଫାଇଲ୍ ପଡିଛି । ମୁଁ ଏଠି ୧୫ % କମ୍ ରେ କ୍ଷତି ସହି ରାତିଦିନ ଖଟି ବ୍ୟାଙ୍କରୁ ଋଣ ଉଠାଇ ଯୋଗାଣ ବିଭାଗର ପରିବହନ ଠିକାଦାର କାମ କରିଆସୁଛି । କିନ୍ତୁ ଥରକୁ ଥର ବଦଳି ହୋଇ ଆସୁଥିବା ଏହି ଅଧିକାରୀଙ୍କ ପିସି ଦାବି ଅସହ୍ୟ ହେଲାଣି । ସେମାନେ ଏହା ନିଜେ ସିଧାସଳଖ ଗ୍ରହଣ କରନ୍ତି ନାହିଁ ।  ପିଅନ ଓ ଅନ୍ୟଲୋକଙ୍କ ଜରିଆରେ ନେଉଛନ୍ତି । ମୁଁ ବାରମ୍ବାର ତାଙ୍କ ପାଖକୁ ଯାଇ ଆପଣଙ୍କ ପାଖକୁ ଫାଇଲ୍ ତ ଆସିଲାଣି , କାହିଁକି ଦେଉନାହାଁନ୍ତି ବୋଲି କେତେ କାକୁତିମିନତି ହେବା ସତ୍ତ୍ବେ ସେ ' ତମର ତ ଦେଖାନାହିଁ !  ନୂଆଖାଇ ଗଲା ।  ମୁଁ ତମ ଫାଇଲକୁ ପୁଣି ରାଜ୍ୟ ଅଫିସକୁ ଫେରାଇଦେବି ଯେ ଆଉ କେବେ ବି ମିଳିବନାହିଁ ! ' ବୋଲି ଧମକ ଦେଲେ  । ସେ   କମ୍ ଦିନ ହେଲା ଆସିଥିଲେ ବି କାହାକଥାରେ କି କ'ଣ , ବିଭିନ୍ନ ବାହାନା କରି ଟାଳି ଆସୁଛନ୍ତି । ଆଗରୁ ୧% ପିସି ନେଉଥିଲେ , ସେ ୧.୫ % ଦାବି କରୁଛନ୍ତି ।  ସେଦିନ ମୁଁ ଶେଷରେ ବିରକ୍ତ ହୋଇ ବସିଥିବା ପ୍ଲାଷ୍ଟିକ ଟୁଲ୍ ରୁ ଉଠିପଡି ଗୋଇଠାଏ ମାରିବାରୁ ତାହା ଯାଇ କାନ୍ଥରେ ବାଜିଲା । ମୁଁ ତାଙ୍କୁ ଆକ୍ରମଣ କରିନି । ମୋ ସ୍ବାସ୍ଥ୍ୟକୁ ଦେଖନ୍ତୁ ! ମୁଁ ଟୁଲ୍ ଟେବୁଲ୍ ଉଠାଇ ପାରିବି କି ? ମୋ ବିରୁଦ୍ଧରେ ଥାନାରେ ମିଥ୍ୟାଏତଲା ଦିଆଯାଇଛି । '

ତେବେ ଘଟଣାଟି ଯାହାହେଇଥାଉନା କାହିଁକି , ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗରେ ଗତ କିଛିବର୍ଷ ହେଲା ପ୍ରବଳ ପିସି , ଲାଞ୍ଚ ଓ ଖୋଲାଖୋଲି ଦୁର୍ନୀତି ଅଭିଯୋଗ ହୋଇଆସୁଛି । ପୂର୍ବତନ ସିସିଏସଓ ଅଫିସ ଭିତରେ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ।  ଗତବର୍ଷ ବେଲପଡା ଅଞ୍ଚଳର ଜଣେ ମିଲ୍ ମାଲିକ ତାଙ୍କର ବକେୟା ବିଲ୍ ପାଇଁ କନ୍ଦାକଟା କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ସହିତ କିଛିମାସ ତଳେ ଅନ୍ୟଜଣେ ମିଲର ପ୍ରଚଣ୍ଡ ଗ୍ରୀଷ୍ମଋତୁରେ ଅଫିସ୍ ବାରଣ୍ଡାରେ ରାତିରେ ଶୋଇ ଧାରଣା ଦେବା ଘଟଣା ଏହି ବିଭାଗର କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ହୋଇଥିଲା ।  ଜିଲ୍ଲାରେ ମଣ୍ଡିରେ ଧାନକିଣା , ଚାଉଳକଳ , ଡିଲର ଓ ଅନ୍ୟାନ୍ୟ ଯୋଗାଣ ବ୍ୟବସ୍ଥାର ପରିଚାଳନା ବିଶୃଙ୍ଖଳିତ ହୋଇପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026

You Might Also Like