-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ରେ ୬୫ ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ର ଦ୍ୱିତୀୟ ଦିବସ ର ପ୍ରଥମ ମ୍ୟାଚ୍ ସୁବର୍ଣ୍ଣପୁର ଓ ବରଗଡ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜି ର ଏହି ଖେଳ କୁ ମୁଖ୍ୟ ଅତିଥି ଭାବରେ ସୁବଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l l ଖେଳ ର ୨୦ ମିନିଟ୍ ରେ ଜର୍ଶି ନମ୍ୱର୍ ୧୮ ବରଗଡ ର ଅମନ୍ ବରିହା ପ୍ରଥମ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ l ୩୦ ମିନିଟ୍ ରେ ୭ ନମ୍ୱର୍ ଜର୍ସି ବିଜନ ବରିହା ଦ୍ୱିତୀୟ ଗୋଲ ସ୍କୋର କରିଥିଲେ l ୪୯ ମିନିଟ୍ ରେପୁଣି ଥରେ ୧୮ ନମ୍ବର୍ ଜର୍ସି ଅମନ ବରିହା ତୃତୀୟ ଗୋଲ ସ୍କୋର କରି ଥିବା ବେଳେ ମ୍ୟାଚ୍ ର ୬୦ ମିନିଟ୍ ରେ ୭ ନମ୍ୱର୍ ଜର୍ସି ବିଜନ ବରିହା ଚତୁର୍ଥ ଗୋଲ ସ୍କୋର କରି ବରଗଡ ଦଳ କୁ ୪-୦ ରେ ବିଜୟୀ କରାଇଥିଲେ l ଆଜିର ଏହି ଖେଳ କୁ ମୁଖ୍ୟ ରେଫରି ଭାବେ ଫାଓ ର ଅରୁଣ କୁମାର ନାଏକ, ରତ୍ନା କର ସୋରେନ, ଅଶ୍ୱିନୀ ସାହୁ, ଧନେଶ୍ୱର ସର୍ଦ୍ଦାର ଓ ସୁବର୍ଣ୍ଣପୁର ଜୋନ୍ ର ମ୍ୟାଚ କମିସନର ଭାବେ ନବୀନ ନାୟକ ଖେଳ ପରିଚାଳନା କରିଥିଲେ l ସେହିପରି ଆଜିର ଦ୍ବିତୀୟ ମ୍ୟାଚ୍ ଯାଜପୁର ଦଳ ଓ ବୌଦ୍ଧ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ କୁ ମୁଖ୍ୟ ରେଫରୀ ଭାବେ ଦେବାଶିସ ବାଗ , ଅନିଲ କୁମାର ଭୋଇ, ଧନେଶ୍ୱର୍ ସର୍ଦ୍ଦାର, ସୁମିତ୍ ମହାଲିଂ ଓ ମ୍ୟାଚ କମିଶନର ଭାବରେ ନବୀନ ନାୟକ ପରିଚାଳନା କରିଥିଲେ l ଉଭୟ ଦଳ ର ୧-୧ ଗୋଲ ସ୍କୋର ହୋଇ ଖେଳ ବରାବର ହୋଇ ଉଭୟ ଦଳ ୧-୧ ପଏଣ୍ଟ ପାଇଛନ୍ତି l ଯାଜ୍ ପୁର ଦଳ ର ଜର୍ସି ନମ୍ବର ୧୯ ଭଞ୍ଜ ନଗର ହାଁସଦା ୨୨ ମିନିଟ୍ ରେ ଓ ବୌଦ୍ଧ ଦଳ ର ୧୪ ନମ୍ବର ଜର୍ସି ସୁବ୍ରତ କୁମାର ନାୟକ ୪୮ ମିନିଟ୍ ରେ ଗୋଲ ସ୍କୋର କରିଥିଲେ l ଓଡ଼ିଶା ଫୁଟବଲ ଏସୋ ସିଏସନ୍, କ୍ରୀଡା ଯୁବ ବ୍ୟାପାର ବିଭାଗ ଓଡ଼ିଶା ସରକାର ଙ୍କ ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ମ୍ୟାଚ୍ ଉଦଘାଟନୀ ଓ ପୁରଷ୍କାର ବିତରଣୀ ସଭା କୁ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ କ୍ରୀଡା ସଂଘ ସଦସ୍ୟ ମନୋରଞ୍ଜନ ତ୍ରିପାଠି , ସଞ୍ଜୟ ସାହୁ ପରି ଚାଳନା କରିଥିବା ବେଳେ କ୍ରୀଡ଼ା ସଂଘ ସଦସ୍ୟ ଦିଗାମ୍ବର ଶତପଥୀ ଧନ୍ଯବାଦ ଅର୍ପଣ କରିଥିଲେ l ଆୟୋଜକ କମିଟିର ପୀୟୂଷ ପଣ୍ତା, ଭୁକୁଲୁ ବକ୍ସି, ବିକାଶ ପଣ୍ତା, ସଂତୋଷ ପାଢ଼ୀ, ବିକାଶ ପାଢ଼ୀ, ସୁଭାଷ ବିଶ୍ଵାଳ, ରିପୁନ ନାଏକ , ରାଜୀବ ସାହୁ, ରାଜୀବ ସାହୁ, ଅନିଲ ସାହୁ, , ରାଜୀବ ପଟ୍ଟନାୟକ, ବିକାଶ ପାଢୀ, ଦୁମନ୍ ମିଶ୍ର, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l