-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ସୋନପୁର(ଆରବିନ୍ଦ ମିଶ୍ର): ଇତି ମଧ୍ୟରେ ଏ.ଆର. ପ୍ରଡକ୍ସନ ଏବଂ ଝଲକା ସେବା ସଂଗଠନ, ସୁଖା, ସୋନପୁର ତରଫରୁ ଆୟୋଜିତ କୋଶଳ ସୁନ୍ଦରୀ ଆୱାର୍ଡର ଫାଇନାଲ୍ ରାଉଣ୍ଡ ପାଇଁ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ ହୋଇ ଯାଇଛି । ଏବର୍ଷ ୮ ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୧୯ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ମନୋନୀତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅପ୍ ପିକ୍ ହୋଇଥିବା ନେଇ ଏ.ଆର. ପ୍ରଡକ୍ସନର ମୁଖ୍ୟ ଆରୁଷୀ ଅମୃତା ସରାଫ ସୂଚନା ଦେଇଛନ୍ତି।ଫାଇନାଲ୍ ରାଉଣ୍ଡକୁ ମନୋନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ - ଶ୍ରାବ୍ୟା ସାନଭି ପଧାନ, ଶ୍ରେୟାଂଶୀ ମିଶ୍ର, ଚନ୍ଦ୍ରିକା ମାଝି, ଦମୟନ୍ତୀ ଗିରି, ଦିବ୍ୟାରାନୀ ସାହୁ, ଲିମା ସୂର୍ଯ୍ୟବଂଶୀ, ମୀନାକ୍ଷୀ ମେହେର, ନିତୁ ମେହେର, ପିଙ୍କି ମେହେର, ପିଙ୍କି ସତପଥୀ, ରାଜଶ୍ରୀ ଦାଶ, ରସ୍ମିତା ମେହେର, ରିଙ୍କି ସାହୁ, ସୀମା ମହାପାତ୍ର, ସୀମାରାଣୀ ମିଶ୍ର, ସୁମନ ସତପଥୀ, ସୁମିତ୍ରା ପାଣ୍ଡେ, ସୁନେମିଆ ସୁନା ଏବଂ ପ୍ରଲିପ୍ତା ସତପଥୀ।ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭାଷା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ଏ.ଆର. ପ୍ରଡକ୍ସନର ମୁଖ୍ୟ ଆରୁଷୀ ଅମୃତା ସରାଫ ଆହ୍ୱାନ ଦେଇଛନ୍ତି।