-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ରେ ୬୫ ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ୨୦୨୬/୨୭ ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମ୍ ଠାରେ ଉଦଘାଟିତ ହୋଇଯାଇଛି l ଓଡ଼ିଶା ଫୁଟବଲ ଏସୋ ସିଏସନ୍, କ୍ରୀଡା ଯୁବ ବ୍ୟାପାର ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ର ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଵିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ଭେଟରାନ ଫୁଟବଲର ଗୋରେଖ ନାଥ ସାହୁ, ଆଇନ ଜୀବୀ ପ୍ରଦୀପ ପୁରୋହିତ, ନନ୍ଦ କିଶୋର ତ୍ରିପାଠୀ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ଆଜି ଖୋର୍ଦ୍ଧା ଦଳ ଓ ନୟାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମ୍ୟାଚ୍ ରେ ଖେଳ ର ଖୋର୍ଦ୍ଧା ଦଳ ର ଜର୍ସି ନମ୍ବର ୧୦ ଅସୀମ ଦୁମ୍ ଦୂମା ୬୭ ମିନିଟ୍ ରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ l ସେହିପରି ୭୨ ମିନିଟ୍ ରେ ଖୋର୍ଦ୍ଧା ଦଳ ର ୭ ନମ୍ବର ଜର୍ସି ଚନ୍ଦନ ନାୟକ ଦ୍ୱିତୀୟ ଗୋଲ୍ ସ୍କୋର କରି ୨-୦ ରେ ଦଳ କୁ ଵିଜୟୀ କରିଥିଲେ l
ପ୍ରଥମ ମ୍ୟାଚ୍ ରେ ଅସୀମ ଦୁମ୍ ଦୁମା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା l ନେସନାଲ ରେଫେରି ଅରୁଣ କୁମାର ନାୟକ, ଫାଓ ରେଫରି ଧନେଶ୍ୱର ସର୍ଦ୍ଦାର, ଅଶ୍ୱିନୀ କୁମାର ସାହୁ, ଅନିଲ ଭୋଇ ଓ ମ୍ୟାଚ୍ କମିସନର ଭାବେ ନବୀନ କୁମାର୍ ନାୟକ ପ୍ରଥମ ଖେଳ କୁ ପରିଚାଳନା କରିଥିଲେ l ସେହିପରି ଆଜିର ଦ୍ୱିତୀୟ ମ୍ୟାଚ ଗଞ୍ଜାମ ଦଳ ଓ ପୁରୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଦଳ ର ଜର୍ସି ନମ୍ବର ୭ ରାଜେଶ ବେହେରା ୬୫ ମିନିଟ୍ ରେ ପ୍ରଥମ ସ୍କୋର କରି ଦଳ କୁ ଵିଜୟୀ କରି ମ୍ୟନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇ ଥିଲେ l ଦ୍ୱିତୀୟ ମ୍ୟାଚ କୁ ନେସନାଲ ରେଫରି ଜିତେନ୍ଦ୍ର ଥନାପତି, ଫାଓ ରେଫରି ଦେବାଶିଷ ବାଗ, ସୁମିତ କୁମାର ବେହେରା , ଅନିଲ ଭୋଇ ଓ ମ୍ୟାଚ କମିସନର ଭାବେ ନବୀନ କୁମାର ନାୟକ ପରିଚାଳନା କରିଥିଲେ l ଆଜି ଦ୍ୱିତୀୟ ମ୍ୟାଚ ଆରମ୍ଭ ପୂର୍ବରୁ ଚାରି ଗୋଟି ଟିମ୍ ର ଖେଳାଳି, ଅଫିସିଆଲ୍ ଓ ଅତିଥି ମାନଂକୁ ଆଦିବାସୀ ନାଚ ଗୀତ ସହ ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ମହିଳା କଲେଜ୍ ଛାତ୍ରୀ ଓ ଯଶୋଦା ଦେବୀ ନର୍ସିଂ ସ୍କୁଲ୍ ର ଛାତ୍ରୀ ଦ୍ୱାରା ପୁଷ୍ପ ବିଞ୍ଚି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା l ଅଧ୍ୟାପକ ମଦନ ସୁନ୍ଦର ଖେତି ଓ କ୍ରୀଡା ସଂଘ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ଉଦଘାଟନୀ ଉତ୍ସବ ସଭା ପରି ଚାଳନା କରିଥିଲେ l ବିକାଶ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ l