-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||     

HOME   ରାଜ୍ୟ

କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ

24-Sep-2026



କଣ୍ଟାମାଳ ଓ ତାଳମପଦରରେ ଆଦିବାସୀଙ୍କ ସହ ଆଲୋଚନା ପୋଲିସ ଫୋର୍ସ ପ୍ରତ୍ୟାହାର ଦାବୀ 

କଳାହାଣ୍ଡି/ ବଲାଙ୍ଗିର(ପ୍ରେରଣା ଖବର)ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରବିବାର କୁଟ୍ରୁମାଳି ଓ ସିଜିମାଳି ଅଞ୍ଚଳ ସମେତ କଣ୍ଟାମାଳ ଓ ତାଳମପଦର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ଜନସାଧାରଣ, ଗ୍ରାମସଭା ସଦସ୍ୟ, ପାରମ୍ପରିକ ନେତୃବୃନ୍ଦ, ଆଦିବାସୀ କର୍ମୀ ଓ ବିଭିନ୍ନ ସମାଜ

ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।
ଏହି ଅବସରରେ ସେ ମା’ ମାଟି ମାଳି ସୁରକ୍ଷା ମଞ୍ଚର ନେତୃବୃନ୍ଦ, କର୍ମୀ ଓ ସଦସ୍ୟମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳର ଜମି–ଜଙ୍ଗଲ–ଜଳ, ପାହାଡ଼–ପର୍ବତ, ଡଙ୍ଗର, ନଦୀ–ନାଳ–ଝରଣା, ପ୍ରାକୃତିକ ସମ୍ପଦ, ପରିବେଶ, ଜୀବିକା, ସମ୍ଭାବ୍ୟ ବିସ୍ଥାପନ ଓ ପୁନର୍ବାସ ସହିତ ପାରମ୍ପରିକ ଜୀବନଶୈଳୀ, ସଂସ୍କୃତି ଓ ସାମୁଦାୟିକ ପରିଚୟ ସମ୍ପର୍କରେ ନିଜର ମତ, ଦାବି ଓ ଆଶଙ୍କା ଉପସ୍ଥାପନ କରିଥିଲେ।
ଆଦିବାସୀ ଅଞ୍ଚଳ ଓ ଅଧିକାରର ସୁରକ୍ଷା ପାଇଁ ପେସା ଆଇନ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ , ସମ୍ବିଧାନର ପଞ୍ଚମ ଅନୁସୂଚୀ, ଓଡିଶା ଆଦିବାସୀ ଅଞ୍ଚଳ ଜମି ହସ୍ତାନ୍ତର ରେଗୁଲେସନ   ଏବଂ  ଏସଟି ଏସସି ନିର୍ଯାତନା ନିବାରଣ ଆଇନ  ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ବ୍ୟବସ୍ଥା ରହିଥିବା ବିଶି ଉଲ୍ଲେଖ କରିଥିଲେ।  ଅନୁସୂଚିତ ଅଞ୍ଚଳ ରେ ଆଦିବାସୀ ଜମି ହସ୍ତାନ୍ତର ଉପରେ ୧୯୫୬ର ରେଗୁଲେସନ ୨ ବିଶେଷ ସୁରକ୍ଷା ପ୍ରଦାନ କରୁଛି ।
ଆଦିବାସୀ ଉନ୍ନୟନ ପାଇଁ  ସମ୍ୱନ୍ୱିତ ଆଦିବାସୀ ବିକାଶ ସଂସ୍ଥା  ସମେତ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା ରହିଛି। ରାୟଗଡ଼ା ଜିଲ୍ଲା ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବାବେଳେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ  ଅନୁସୂଚିତ ଅଂଚଳ ଭାବେ ଅଧିସୂଚିତ ଅଞ୍ଚଳରେ ରହିଛି।
ଶ୍ରୀ ବିଶି କହିଥିଲେ ଯେ, ସମ୍ବିଧାନର ପଞ୍ଚମ ଅନୁସୂଚୀତ ଅଞ୍ଚଳ  ଓ ଆଦିବାସୀ ମାନଙ୍କ ର ପ୍ରଶାସନ  ବ୍ୟବସ୍ଥା ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥl ରହିଛି । ଏହା ଅନୁଯାୟୀ ରାୟଗଡା ଜ଼ିଲ୍ଲା ର ପ୍ରଶାସନ ସମ୍ପର୍କରେ ରାଜ୍ୟପାଳ ପ୍ରତିବର୍ଷ କିମ୍ବା ରାଷ୍ଟ୍ରପତି ଆବଶ୍ୟକ ମନେ କଲେ ରାଷ୍ଟ୍ରପତିଙ୍କୁ ପ୍ରତିବେଦନ ଦେବାର ବ୍ୟବସ୍ଥା ରହିଛି। ରାୟଗଡା ର ପ୍ରଶାସନ ସମ୍ପର୍କରେ ଓଡ଼ିଶା ରାଜ୍ୟପାଳଙ୍କ ବିଶେଷ ସାମ୍ବିଧାନିକ ଭୂମିକା ମଧ୍ୟ ରହିଛି।
ଏତେ ସବୁ ସାମ୍ବିଧାନିକ, ଆଇନଗତ ଓ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସ୍ଥାନୀୟ ଆଦିବାସୀମାନେ ନିଜ ଜମି, ଜଙ୍ଗଲ, ଜଳ, ଜୀବିକା, ପ୍ରାକୃତିକ ସମ୍ପଦ, ସଂସ୍କୃତି ଓ ପାରମ୍ପରିକ ଅଧିକାରକୁ ନେଇ ଯେଉଁ ଚିନ୍ତା ଓ ଆଶଙ୍କା ଉଠାଇଛନ୍ତି, ତାହାକୁ ସମ୍ପୃକ୍ତ ପ୍ରଶାସନିକ ଓ ସାମ୍ବିଧାନିକ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ମହାମହିମ ଓଡ଼ିଶା ରାଜ୍ୟପାଳ ଏହି ପ୍ରସଙ୍ଗରେ ପଞ୍ଚମ ଅନୁସୂଚୀର ସାମ୍ବିଧାନିକ ବ୍ୟବସ୍ଥା ଦିଗରେ ଅନୁଧ୍ୟାନ କରି ରାୟଗଡ଼ା ଓ କଳାହାଣ୍ଡିର ସମ୍ପୃକ୍ତ  ଅନୁସୂଚିତ ଅଞ୍ଚଳ ର ଆଦିବାସୀ ସମୁଦାୟଙ୍କ ଅଧିକାର, ଜୀବିକା, ପାରମ୍ପରିକ ସମ୍ପଦ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆବଶ୍ୟକ ସାମ୍ବିଧାନିକ ଓ ପ୍ରଶାସନିକ ପଦକ୍ଷେପ ଉପରେ ବିଚାର କରନ୍ତୁ ବୋଲି ଶ୍ରୀ ବିଶି ଅନୁରୋଧ କରିଛନ୍ତି।
ଏହି ପରିଦର୍ଶନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କଳାହାଣ୍ଡିର ଜ଼ିଲ୍ଲା ସଭାପତିଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ପରମାନନ୍ଦ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିରର ସଂଗଠନ ସମ୍ପାଦକ ଶ୍ରୀ ଥବିର ପୁଝାରୀ, ମା’ ମାଟି ମାଳି ସୁରକ୍ଷା ମଞ୍ଚର  ସୁବାସ ସିଂ ମାଝି, ଲାଇ ମାଝି, ଲଖ୍ମଣ ମାଝି,ଅନ୍ୟ ନେତୃବୃନ୍ଦ ଓ ସଦସ୍ୟଙ୍କ ସମେତ ଶତାଧିକ ଆଦିବାସୀ ନେତା, କର୍ମୀ ଓ ସମାଜ ପ୍ରତିନିଧି ଉପସ୍ଥିତ ଥିଲେ।
ଶ୍ରୀ ବିଶି କହିଥିଲେ, “ଜଳ–ଜଙ୍ଗଲ–ଜମି କେବଳ ପ୍ରାକୃତିକ ସମ୍ପଦ ନୁହେଁ; ଏହା ଆଦିବାସୀ ସମାଜର ଜୀବନ, ଜୀବିକା, ପରମ୍ପରା, ସଂସ୍କୃତି ଓ ପରିଚୟ ସହ ଅବିଚ୍ଛିନ୍ନ ଭାବେ ଜଡ଼ିତ। ଆଦିବାସୀଙ୍କ ସ୍ୱର ଓ ଆଇନସମ୍ମତ ଅଧିକାରକୁ ସେମାନଙ୍କ ଜୀବନ ଓ ସମ୍ପଦକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ସିଦ୍ଧାନ୍ତରେ ଯଥୋଚିତ ସମ୍ମାନ ଓ ଗୁରୁତ୍ୱ ମିଳିବା ଦରକାର ବୋଲି ଉଦବୋଧନ ଦେଇଥିଲେ l  କଣ୍ଟାମାଲ ଗାଁ ରେ ପୋଲିସ ମୁତୟନ କୁ ଶ୍ରୀ ବିଶି କଡ଼ା ସମାଲୋଚନା କରିଥିଲେ l  ଆବାହମାନ କାଳ ରୁ କୁଟ୍ରୁମାଳୀ ସିଜିମାଳୀ, ଖଣ୍ଡୁଆଳ ମାଳି, ବଫାଳି ମାଳି ପର୍ବତ ପରିଧି ରେ ବସବାସ କରୁଥିବା ୫0 ରୁ ଉର୍ଦ୍ଧ ଆଦିବାସୀ ଗାଁ ର

ଶାନ୍ତ ସରଳ ଆଦିବାସୀ ଙ୍କ ନାମରେ  ମିଥ୍ୟା ଅପରାଧିକ  କେଶ ରେ ପୋଲିସ ଛନ୍ଦି ଦେଉଥିବା କାର୍ଯ୍ୟ କୁ ପୂର୍ବତନ ସାଂସଦ ଶ୍ରୀ ବିଶି ଦୃଢ଼ ନିନ୍ଦା କରିଥିଲେ l ମହାମହିମ ରାଷ୍ଟ୍ରପତି, ମାନ୍ୟବର ରାଜ୍ୟପାଳ,ମାନବାଧିକାର ଅlଯୁକ୍ତ, ଜାତୀୟ ଆଦିବାସୀ ଆଯୁକ୍ତ, ଉଚ୍ଚତମ ନ୍ୟାୟାଳୟ ନିଜଆଡୁ ମାମଲା ରୁଜୁ କରି  ଆଦିବାସୀ ଦମନ ଲୀଳା ତଦନ୍ତ କରିବାକୁ ଆଦିବାସୀ ନେତା ମାନେ ଦାବୀ କରିଥିଲେ l ନଚେତ ସରକାର ଙ୍କ ଆଦିବାସୀ ମାରଣ କାର୍ଯ୍ୟ ବିରୁଦ୍ଧରେ ବିଧାନସଭା ଘେରାଓ କରାଯିବ ବୋଲି ଚେତାବନୀ ଦେଇଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026

You Might Also Like