-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ନବରଙ୍ଗପୁର (:ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ନିକଟ ମାନିଗାଁ ଗ୍ରାମ ଠାରେ ଲଗାଣ ବର୍ଷା ଯୋଗୁଁ ଆଜି ଦିନ ଦ୍ୱିପ୍ରହର ପ୍ରାୟ ୨ଟା ବେଳେ ଚୈତନ ମାଝୀଙ୍କ ଘର ଉପରେ ଏକ ବିରାଟ ତେନ୍ତୁଳି ଗଛ ଭାଙ୍ଗି ପଡିଛି।ସୌଭାଗ୍ୟ ବଶତଃ ଘଟଣା ସମୟରେ ପରିବାର ଲୋକେ ଘର ବାହାରେ ଥିବାରୁ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଘରର ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଓ ବହୁ କ୍ଷୟକ୍ଷତି ହୋଇଛି। ସ୍ଥାନୀୟ ଲୋକମାନେ ଡାବୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ଗଛ କାଟିଥିଲେ। ସେ ଜଣେ ନିହାତି ଗରିବ ଲୋକ ହୋଇଥିବାରୁ ଗ୍ରାମବାସୀ ସରକାରୀ ସହାୟତା ଦାବି କରିଛନ୍ତି।