-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-May-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଦିନ ଦ୍ୱିପହରରେ ଦୁଇ ଜଣ ଲୋକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଫଳରେ ଜଣେ ବ୍ୟକ୍ତିର ଘଟଣାସ୍ଥଳରେ ମ୍ରୁତ୍ୟୁ ଘଟିଛି l ଅନ୍ୟ ଜଣେ ଗୁରୁତର ଆହତ ହୋଇ ସାଙ୍ଘାତିକ ଅବସ୍ଥାରେ ବଲାଙ୍ଗିର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି l
ଏପରି ଏକ ଦୁଖଃଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ କୁସମେଲ ପଂଚାୟତ କଟାପାଲିରେ l ଗତ 3 ତାରିଖ କଟାପାଲି ଗ୍ରାମର ସାରଙ୍ଗ ହାତୀ, ସୁଶାନ୍ତ ହାତୀ ଓ ଗୌର ହାତୀ ତିନି ଜଣ ଲୋକ ଉକ୍ତ ଗ୍ରାମର ଶ୍ରୀମତୀ ସୁକୁନ୍ତଳା ହାତୀଙ୍କ ସ୍ୱାମୀ ମାଧବ ହାତୀଙ୍କୁ ଏକ ଶାବଳ ଦ୍ୱାରା ଆକ୍ରମଣ କରି ମୁଣ୍ଡରେ ଓ ପରେ ପେଟରେ ଶାବଳ ରେ ଭୁଷି ଦେବା ଦ୍ୱାରା ମୁଣ୍ଡ ଫାଟି ପେଟ ଅନ୍ତନଳୀ ବାହାରି ପଡିଥିଲା l ମାଧବ ତଳେ ପଡିଯାଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସlଳୟ ପରେ ବୁର୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସୁକୁନ୍ତଳାଙ୍କ ଦେଢ଼ଶଶୁର ଶ୍ ନିତ୍ୟାନନ୍ଦ
ହାତୀଙ୍କୁ ପ୍ରଥମେ ଆକ୍ରମଣ କରି ପିଟିପିଟି ଦୁଇ ହାତ ଭାଙ୍ଗି ଦେଇଛନ୍ତି ତାଙ୍କୁ ମଧ୍ୟ ବଲାଙ୍ଗୀର ଓ ପରେ ବୁର୍ଲା ଚିକିତ୍ସାଳୟକୁ ପଠାଯାଇଛି l ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ l ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଚାଲିଥିବା ବେଳେ ଘଟଣା ସମ୍ପର୍କରେ ଆଜି ଶ୍ରୀମତୀ ସୁକୁନ୍ତଳା ହାତୀ ଚନ୍ଦନଭାଟି ଫାଣ୍ଡିରେ ଲିଖିତ ଆକାରରେ ଏକ କେଶ ରୁଜୁ କରିଛନ୍ତି l