-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-May-2021
ଗଞ୍ଜାମ, କୋଦଳା(ଉମା ମହାରଣା): ସମଗ୍ର ଓଡ଼ିଶାରେ କରୋନା ଦ୍ୱିତୀୟ ଲହରୀର ପ୍ରଭାବ ବଢିବା ସହ କ୍ରମାଗତ ଭାବରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ସହ ଅନେକ ଜଣ ଏଥିରେ ମୃତ୍ୟୁ ବରଣ କରିବା ପରେ ଶେଷରେ ଏହି କରୋନା ପଜିଟିଭର ଚେନ୍ କୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ମେ ୧୯ ପର୍ଯ୍ୟନ୍ତ ଓଡିଶାବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବ ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।କୋଦଳା ପୋଲିସ ତରଫରୁ ମୁଖ୍ୟ ଛକ ମାନଙ୍କରେ କଡାକଡି ଚେକିଂ ମଧ୍ୟ ଜାରି ରହିଛି।ଏହି ଲକଡାଉନ ସମୟରେ ଜରୁରୀକାଳୀନ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ସକାଳ ୬:୦୦ ରୁ ଦିନ ୧୨:୦୦ ପର୍ଯ୍ୟନ୍ତ ରାସନ ସାମଗ୍ରୀ,କ୍ଷୀର ଦୋକାନ,ଫଳ ଦୋକାନ ଆଦି ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଚାଲି ଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ବଣ୍ଟନ ମଧ୍ୟ ଚାଲୁ ରହିଥିଲା। ଏହି ସମୟରେ ସମସ୍ତ ଯାନବାହନ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ କେବଳ ବ୍ୟାଙ୍କ କର୍ମଚାରୀ,ହସ୍ପିଟାଲ କର୍ମଚାରୀ,ଡେଲିଭରି ବୟ ଓ ଗଣମାଧ୍ୟମ କର୍ମୀ ମାନଙ୍କ ସମେତ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।