-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ସମ୍ବଲପୁର ଜ଼ିଲ୍ଲା ର କୁଚିଣ୍ଡା ଥାନା ଓଡ଼ିଶାର ଶ୍ରେଷ୍ଠ ଥାନା ବିବେଚିତ ହୋଇଛି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁଚିଣ୍ଡା ଥାନାକୁ ଏହି ମାନ୍ୟତା ଦିଆଯିବା ସହ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି। ସୋମବାର କୁଚିଣ୍ଡା ଥାନା ଅଧିକାରୀ କମଳ କୁମାର ପଣ୍ଡା ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ ଏବଂ ସମ୍ବଲପୁର ଏସ୍ପି ବି.ଗଙ୍ଗାଧରଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟ ପୁଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।