-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2021
ବ୍ରହ୍ମପୁର(କୁମୁଦ ରଞ୍ଜନ ବେହେରା) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାରେ ଲାଗିଲା କଟକଣା । ଯାତ୍ରାରେ କେବଳ ଦଣ୍ଡୁଆଙ୍କୁ ମିଳିଲା ଅନୁମତି । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭୋଜି ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । କୋଭିଡ ନିୟମ ଉଲ୍ଲଙ୍ଘନ କଲେ ଦାୟୀ ରହିବ କମିଟି । ନିକଟରେ ଯାତ୍ରା ପାଇଁ 2 ହଜାର ଲୋକଙ୍କୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ।
ଯାହାକୁ ନେଇ ବାରମ୍ବାର ବିଭିନ୍ନ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଥିଲା କଳାକାର ସଂଘ । କିନ୍ତୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାଶ ଆବେଦନକୁ ଖାରଜ କରିଛନ୍ତି ।