-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
09-Mar-2021
ବଲାଙ୍ଗିର, (ପ୍ରେରଣା ଖବର): ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଆନନ୍ଦ ଉଲ୍ଲାସ ର ସହ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା ଦିବସ ଉପଲକ୍ଷେ ବଲାଙ୍ଗିର ଟାଉନ ପୋଲିସ, ସଦର ପୋଲିସ ଓ ପୁଇଁନ୍ତଲା ସଦର ମହିଳା ପୋଲିସ ବା ପେଣ୍ଡେମିକ ଯୋଦ୍ଧା ଯେ କି ଆମ୍ଭମାନଙ୍କ ଶାନ୍ତି ଓ ଶୃଙ୍ଖଳାର ଭାର ତାଙ୍କ କାନ୍ଧରେ ବହନ କରି ପ୍ରତ୍ୟେକ ସ୍ଥିତିରେ ସୁଚାରୁ ରୂପେ ତୁଳେଇ ଆସିଛନ୍ତି ତାଙ୍କ ମୁହଁରେ ଟିକିଏ ହଁସ ଫୁଟାଇବା ତଥା ତାଙ୍କ ଆନନ୍ଦହୀନ କାର୍ଯ୍ୟ କୁ ପ୍ରଶଂସା କରିବା ନିମନ୍ତେ ମାହେଶ୍ୱରୀ ମହିଳା ଶାଖା ଫୁଲଗଛ, ଫୁଲ ଗୁଲଦସ୍ତା ଦେଇ ମହିଳା ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଯେପରି ଆଗକୁ ମଧ୍ୟ ସେମାନେ ସୁଚାରୁ ରୂପେ ଏମିତି କାର୍ଯ୍ୟ କରି ଚାଲିବେ । ଏଥିରେ ମାହେଶ୍ୱରୀ ସଂଗଠନର ସମସ୍ତ କର୍ମକର୍ତ୍ତା ତଥା ସଭ୍ୟ/ସଭ୍ୟା ସାମିଲ ହୋଇଥିଲେ ।