-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||     

HOME   ରାଜ୍ୟ

ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ

22-Sep-2026



ଚାଷୀଙ୍କ ଦଳ ହେବ ଓଜେସି: ଶେଷଦେବ ନନ୍ଦ

ଭୁବନେଶ୍ୱର(ମୁରଲୀଧର ମିଶ୍ର): ରାଜ୍ୟର ପ୍ରମୁଖ କୃଷକ ନେତା ତଥା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଅନ୍ୟତମ ଦୁଇ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ଓ ଉମାକାନ୍ତ ଭାରତ ପ୍ରମୁଖ ନିଜ ସମର୍ଥକଙ୍କ ସହ ଆଜି ଓଡ଼ିଶା ଜନତା କଂଗ୍ରେସରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କ ସହ କୃଷକ ସଂଗଠନର ବହୁ ଜିଲ୍ଲା ସଂଯୋଜକଙ୍କ ସହିତ ଜିଲ୍ଲା ଓ ବ୍ଲକ ସ୍ତରୀୟ କୃଷକନେତାମାନେ ମଧ୍ୟ ଓଜେସିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ସହିଦନଗର ଦୁର୍ଗାପୂଜା ମଣ୍ଡପ ନିକଟରେ କୃଷକ ନେତାମାନେ ଏକତ୍ରିତ ହୋଇ ସେଠାରୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଓଜେସି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରାରେ ଚାଷୀମାନେ ନିଜ ଟ୍ରାକ୍ଚରକୁ ମଧ୍ୟ ସାମିଲ କରିଥିଲେ । ଏହାପରେ ଓଜେସି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉପରୋକ୍ତ ନେତୃତ୍ୱମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରଥମେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଦଳୀୟ ଉତ୍ତରୀୟ ଦେଇ ଶେଷଦେବ ନନ୍ଦଙ୍କ ସହ ଅନ୍ୟ ନେତୃତ୍ୱମାନଙ୍କୁ ଦଳରେ ସାମିଲ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷକ ଜନତା କଂଗ୍ରେସ ସଭାପତି ସଂଗ୍ରାମ କିଶୋର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଓଜେସି ସଭାପତି ଶ୍ରୀ ମୋକିମ୍ କହିଥିଲେ ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷକମାନେ ଓଡ଼ିଶାର ପ୍ରାଣ । ଓଜେସି ଓଡ଼ିଆ ଚାଷୀମାନଙ୍କର 'ସ୍ୱାର୍ଥ, ସମ୍ମାନ ଓ ସ୍ୱାଭିମାନ' ପାଇଁ ସର୍ବଦା ଲଢ଼େଇ ଜାରି ରଖିଛି। ଓଜେସି ଏକମାତ୍ର ଦଳ ଭାବେ ଚାଷୀମାନଙ୍କ ପାଇଁ ସଦାସର୍ବଦା ସ୍ୱର ଉତ୍ତୋଳନ କରୁଅଛି । ଚାଷୀଙ୍କ ସ୍ୱାର୍ଥ ପାଇଁ ବିଗତ ଦଶନ୍ଧିରେ କୌଣସି ପ୍ରମୁଖ ଦଳ ଆନ୍ତରିକତା ସହ କାର୍ଯ୍ୟ କରୁନାହାନ୍ତି, ତାହା  ଓଜେସିର ମୁଖ୍ୟ ମୁଦ୍ଦା ହୋଇଛି । ଓଜେସିରେ କୃଷକ ନେତାମାନେ ସାମିଲ  ହେବାପରେ ଏହି ସ୍ୱର ଆହୁରି ଶାଣିତ ହେବ । ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ ବୋଲି ସେ ନିଜ ବକ୍ତବ୍ୟ ରଖିଥିଲେ । ଓଜେସିରେ ସାମିଲ ହେବା ଅବସରରେ କୃଷକ ନେତା ଶେଷଦେବ ନନ୍ଦ କହିଥିଲେ ଯେ, ଓଡ଼ିଶାରେ ଆଉଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି ବୋଲି ୩୮ ପ୍ରତିଶତ ଜନତା ଚାହୁଁଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାଷୀମାନଙ୍କ ଦାବିକୁ ଓଜେସି ପ୍ରମୁଖ ପ୍ରସଙ୍ଗ କରିବ ବୋଲି କହିବା ପରେ ଓଜେସି ନେତୃତ୍ୱ ସହ ଆଲୋଚନା ହୋଇ ଓଜେସିରେ ସାମିଲ ହୋଇଛୁ । ମହମ୍ମଦ ମୋକିମଙ୍କ "ଓଡ଼ିଆଙ୍କ ପାଇଁ ଓଡ଼ିଶା" ଆହ୍ୱାନରେ ଆମେ ପ୍ରଭାବିତ ହୋଇ ଓଜେସିରେ ସାମିଲ ହେବା ନିଷ୍ପତ୍ତି ନେଲୁ । କୃଷକମାନେ ସାରା ରାଜ୍ୟରେ ଓଜେସିର ବଳ ବଢ଼ାଇବେ ଓ ଓଜେସି ଚାଷୀ ପ୍ରସଙ୍ଗକୁ ସର୍ବାଗ୍ରେ ରଖିବ । କୃଷକ ସଂଗଠନର କର୍ମକର୍ତ୍ତାମାନେ ରାଜ୍ୟରେ ଓଜେସିକୁ ଏକ ପ୍ରମୁଖ ଦଳ ଭାବେ ଗଢ଼ି ତୋଳିବାରେ ସମସ୍ତ ଶକ୍ତି ଲଗାଇବେ ବୋଲି ଶ୍ରୀ ନନ୍ଦ କହିଥିଲେ । ଅନ୍ୟ ଦୁଇ ସହ-ସଂଯୋଜକ ଉମାକାନ୍ତ ଭାରତ ଓ ନିମାଇଁ ରାୟ କହିଥିଲେ ଯେ, ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମୟରେ ଅଣକୃଷି ପ୍ରସଙ୍ଗରେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରୁଥିବାରୁ ଆମେ ସଂଗଠନର ହାତ

ଛାଡ଼ିଲୁ । ବିନା ରାଜନୀତିରେ ଚାଷୀମାନଙ୍କ ଦାବି ହାସଲ ସମ୍ଭବ ହେଉନଥିବାରୁ ରାଜନୈତିକ ବିକଳ୍ପ ଚିନ୍ତା କରି ଏବଂ ଚାଷୀମାନଙ୍କ ସ୍ୱାର୍ଥ ନିମନ୍ତେ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଓଜେସିର ଚାଷୀ ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିବାରେ ପ୍ରଭାବିତ ହୋଇ ଓଜେସିରେ ସାମିଲ ହେଲୁ । 

            ଆଜିର ଏହି ମିଶ୍ରଣ ପର୍ବରେ ନବନିର୍ମାଣ କୃଷକ ସଂଗଠନର କଟକ ଜିଲ୍ଲା ସଂଯୋଜକ କୃଷ୍ଣ ବେହେରା, ରାଜ୍ୟ  କାର୍ଯ୍ୟକାରିଣୀ ସଭ୍ୟ ଦେବୀପ୍ରସାଦ  ମହାରଣା, ନୟାଗଡ଼ ଜିଲ୍ଲା ସଂଯୋଜକ ପ୍ରଶନ୍ନ ପ୍ରଧାନ, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ମହେଶ୍ୱର ଜେନା, ଅଭିମନ୍ୟୁ ଗୁମାନସିଂ, କେନ୍ଦୁଝର ଜିଲ୍ଲାର କୃଷକ ନେତା ଶ୍ୟାମସୁନ୍ଦର ମହାନ୍ତ, ରାଜକିଶୋର ମହାନ୍ତି, ହରିଶ୍ଚନ୍ଦ୍ର ଦଳାଇ, ଦୁର୍ଯ୍ୟୋଧନ ମହାନ୍ତ, ଅଜୟ ନାୟକ, ଯାଜପୁର ଜିଲ୍ଲାର କୃଷକ ନେତା ବଲ୍ଲଭ ଜେନା, ମାଧବାନନ୍ଦ ଶାନ୍ତି, ଦିଲ୍ଲୀପ କୁମାର ବେହେରା, ରବୀନ୍ଦ୍ର ବରାଡ, ମଧୁସ୍ମିତା ମହାନ୍ତ ଓ ଅମରେନ୍ଦ୍ର ନାୟକ ପ୍ରମୁଖ ଓଜେସିରେ ସାମିଲ ହୋଇଥିଲେ ।  

ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ବଦ୍ରୀ ନାରାୟଣ ମହାନ୍ତି, ନିକୁଞ୍ଜ ପଶାୟତ, ପ୍ରଦୀପ ପ୍ରଧାନ, ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ପ୍ରଶନ୍ନ ବିଷୋୟୀ ଓ ସୁଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃଷକନେତା ମାନଙ୍କୁ  ଓଜେସିକୁ  ସ୍ୱାଗତ  କରିଥିଲେ । 


News Comment




Photo in News

Advertisment
Lastest News
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026

You Might Also Like