-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ରାଜ୍ୟ

ପ୍ରମିଜ୍ ଡେ’ରେ ପ୍ରତାରଣାର କାହାଣୀ : ଧୋକା ଖାଇବା ପରେ ବି ପ୍ରେମିକକୁ ପାଇବା ଜିଦ୍‌ରେ ମହିଳା, ୫ ଦିନ ହେଲା ଉପାସରେ ଘୁରି ବୁଲୁଛନ୍ତି

11-Feb-2021



ସମ୍ବଲପୁର,(ସଂଜୀବ କୁମାର ପାଣିଗ୍ରାହୀ): ଚାଲିଛି ପ୍ରେମ ସପ୍ତାହ ବା ଭ୍ୟାଲେଣ୍ଟାଇନ୍ ଓ୍ୱିକସ୍ । ଏହା ହେଉଛି ପ୍ରେମୀ ଯୁଗଳଙ୍କ ବର୍ଷକର ପ୍ରତୀକ୍ଷାର ସମୟ । ଏହି ସପ୍ତାହରେ ପ୍ରେମକୁ ପାଇବା ପାଇଁ କିଏ ନିବେଦନ କରୁଛି ତ ଆଉ କିଏ ଚକୋଲେଟ କି ଗୋଲାପ ଉପହାର ଦେଇ ସାଥୀଙ୍କୁ ମନେଇବାକୁ ପ୍ରୟାସ କରୁଛି । କିନ୍ତୁ ପ୍ରତାରଣ ପରେ ବି ପ୍ରେମିକକୁ ନିଜ ପାଖରେ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି ଜଣେ ମହିଳା । ମହିଳାଜଣଙ୍କ ୫ ଦିନ ହେବ ଏ ଥାନାରୁ ସେ ଥାନା, ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଘୁରି ବୁଲୁଥିବା ଘଟଣା ସମ୍ବଲପୁର ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଦଳାଇପଡ଼ାର ଜଣେ ଯୁବକଙ୍କ ଦ୍ୱାରା ସଦର ଥାନା ଅଞ୍ଚଳର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ । ତେବେ ଯୁବକ ଜଣଙ୍କ ବିବାହ ପ୍ରତିଶ୍ରୁତି ଦେବା ପରେ ଥାନାରେ ବି ମାମଲା ହୋଇନଥିଲା । ପରେ ଯୁବକ ଜଣଙ୍କ ପୀଡ଼ିତାଙ୍କୁ ନେଇ ନିଜ ପାଖରେ ରଖିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠେ । ପରେ କୋର୍ଟରେ ଉଭୟ ବିବାହ କରିଥିଲେ  । ଏହା ପରେ ଦୀର୍ଘ ୨ ବର୍ଷ ଧରି ଉଭୟେ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ । କିନ୍ତୁ ଦମ୍ପତିଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବା ପରେ ଯୁବକ ଜଣଙ୍କ ସ୍ତ୍ରୀକୁ ଘରୁ କାଢ଼ି ଦେଇଥିଲେ । କୌଣସି ଉପାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ।

ତାଙ୍କୁ ଉଦ୍ଧାର ପରେ ସେ ସ୍ୱାମୀ ପାଖକୁ ଫେରିବାକୁ ଜିଦ୍‌ ଧରି ବସି ରହିଛନ୍ତି । କିନ୍ତୁ ସ୍ୱାମୀ ତାଙ୍କୁ ରଖିବାକୁ ନାରାଜ। ପୋଲିସ୍‌ କହିବା ପରେ ବି ସେ ସ୍ୱାମୀ ବିରୋଧରେ ଏତଲା ଦେଉନାହାଁନ୍ତି । କେବଳ ସ୍ୱାମୀ ପାଖକୁ ଫେରିଯିବାକୁ ଜିଦ୍‌ ଧରି ଦିନ ଦିନ ଧରି ଅଖିଆ ଅପିଆ ପଡ଼ିରହିଛନ୍ତି । ଶୁଣିବାକୁ କାହାଣୀଟି କୌଣସି ଚଳଚ୍ଚିତ୍ର ଭଳି ଲାଗୁଥିଲେ ମଧ୍ୟ ମାତ୍ର ସମ୍ବଲପୁର ସହରରେ ଘଟିଥିବା ଏହି ଘଟଣା ଭାଲେଣ୍ଟାଇନ୍‌ ସପ୍ତାହର ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like