-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||     

HOME   ରାଜ୍ୟ

ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଦେହାନ୍ତ ♦️ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିଲେ

22-Jun-2026



ବଙ୍ଗୋମୁଣ୍ଡା(ପ୍ରେରଣା ଖବର)- ପ୍ରମେୟ ନ୍ୟୁଜ୍ ସେଭେନ କଣ୍ଟାବାଞ୍ଜି ଓ ଦୈନିକ ସମାଜ ଖବରକାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳ କୁ ତାଙ୍କୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।ସୂଚନା ଅନୁଯାୟୀ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ୨୦ ତାରିଖ ଦିନ ପ୍ରଥମେ ଖଡ଼ିଆଳ ସରକାରୀ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଗୁରୁତର ଅସୁସ୍ଥ ହୋଇ ସେ ଅଚେତ ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ। ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ୨୧ ତାରିଖ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା। ଡାକ୍ତର ମାନଙ୍କ ନିରନ୍ତର ଚିକିତ୍ସା ଓ ସମସ୍ତଙ୍କ ପ୍ରାର୍ଥନା ସତ୍ୱେ ତାଙ୍କୁ 

ଗାଁ ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ 

ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା। ରାୟପୁର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତ୍ର ପ୍ରାୟ ୧ ଘଟିକାରେ ତାଙ୍କର ଦେହାନ୍ତ ଘଟିଛି। ବଲାଙ୍ଗୀର ଜିଲ୍ଲା  ମୁରିବାହାଲ ବ୍ଲକର ଉପାନ୍ତ ଇଲାକାର ଗୋଇମୁଣ୍ଡ ଗ୍ରାମର ବାସିନ୍ଦା ଶ୍ରୀ ଭୋଇ ୨୦୦୯ ମସିହାରୁ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିଲେ।ସେ ପ୍ରଥମେ ରାଷ୍ଟ୍ରଭାରତୀ,ଖବର ପତ୍ରିକା, ଜନବାଣୀ, ସମାଜ ଖବରକାଗଜ, ବଡ଼ଖବର, ପ୍ରମେୟ ନ୍ୟୁଜ ସେଭେନ ରେ କାର୍ଯ୍ୟକାରୀ କରି ଲୋକଙ୍କ ସାଧାରଣ ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ଖବର ଉପସ୍ଥାପନ କରି ସରକାର ଓ ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଓ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ  ସଂଘର ଉପ ସଭାପତି, ଗୋଇମୁଣ୍ଡ ସ୍କୁଲର ପରିଚାଳନା କମିଟି ର ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ । ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ର ପୂର୍ବତନ ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ଆଦିବାସୀ ମାନଙ୍କ ହକ ଓ ଅଧିକାର ପାଇଁ ଲଢେଇ କରୁଥିଲେ। ୨୦୦୭ ମସିହାରେ ଗୋଇମୁଣ୍ଡ ପଞ୍ଚାୟତରେ ସମିତି ସଭ୍ୟ ନିର୍ବାଚନ ରେ ୭ ଗୋଟି ଭୋଟ ପାଇଁ ପରାଜିତ ହୋଇଥିଲେ। ତାଙ୍କ ପଞ୍ଚାୟତର ଉନ୍ନତି ପାଇଁ ସବୁବେଳେ ତତ୍ପର ରହୁଥିଲେ। ଜଳଧର ଭୋଇ ଓ ପଦ୍ମାବତୀ ଭୋଇଙ୍କ ଏକମାତ୍ର ପୁଅ ଅଶୋକ ନାରାୟଣ ଭୋଇ । ପରିବାରର ମୁଖ୍ୟ ଅଶୋକଙ୍କ ମୃତ୍ୟୁ ପରେ ପରିବାର ରେ ଥିବା ସ୍ତ୍ରୀ ଦେବକୀ ଭୋଇ, ୧୫ ବର୍ଷର ଝିଅ ଲିପସାରାଣୀ ଭୋଇ ଓ ୧୨ ବର୍ଷର ଝିଅ ଲିଲିମା ଭୋଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତାଙ୍କ ଦେହାନ୍ତ ଖବର ପାଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀ,ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ଉପ ସଭାପତି ସୁରେଶ ଭୋଇ,ଆଦିବାସୀ ନେତା ଗିରିରାଜ ସିଂ ମାଝୀ, କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ମୁକେଶ ବାଗ, କନ୍ଧ ସମାଜ ଯୁବ ସଂଗଠନ ର ସମ୍ପାଦକ ଡିଙ୍ଗର ଭୋଇଙ୍କ ସହ

'ଅଶୋକ,ତୁମେ ସବୁ ଦିନ ମନେ ରହିବ' 

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ, କଣ୍ଟାବାଞ୍ଜି ପ୍ରେସ କ୍ଳବ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ, ମୁରିବାହାଲ ସାମ୍ବାଦିକ ସଂଘ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ମୁରିବାହାଲ,ଏସ ୟୁ ଜେ ବଲାଙ୍ଗୀର ଶାଖା, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସହ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସେ ସରଳ, ମିଷ୍ଟଭାଷୀ ଓ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ଅଶୋକ ନାରାୟଣ ଭୋଇ ଅନେକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁବର୍ଗ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଶୋକାକୁଳ  ପରିବେଶ ମଧ୍ୟରେ ଗାଁ ନଦୀକୂଳ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କ ବାପା ଜଳଧର ଭୋଇ ମୁଖାଗ୍ନି ଦେଇଥିଲେ। ଅଶୋକଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି ।ଜୀଵନ ସାରା ଅନ୍ୟ ମାନଙ୍କ ଖବରକୁ ସମାଜ ସମ୍ମୁଖରେ  ପହଞ୍ଚାଉଥିବା ଅଶୋକ ଆଜି ନିଜେ ଏକ ଖବର ର ଶୀର୍ଷକ ପାଲଟିଛନ୍ତି ।ତାଙ୍କ ବିୟୋଗ ପରେ ସୋସିଆଲ ମିଡିଆରେ ଶୋକର ବାର୍ତ୍ତା ଓ ଶ୍ରଦ୍ଧାଞ୍ଜଳି ର ସୁଅ ଛୁଟୁଛି । ଆଜି ସମସ୍ତ ଙ୍କ ମୁହଁରେ ଗୋଟିଏ କଥା -" ଅଶୋକ ,ତୁମେ ସବୁ ଦିନ ମନେ ରହିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026

You Might Also Like