-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
30-Jun-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ ଥାନା ଅଧିନ ମାନିଗାଁ ଗ୍ରାମ ପାଖ ଦୟାଗୁଡ଼ା ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ ବରଣ କରିଥିବା ଦେଖାଯାଇଛି । ସୂଚନଯୋଗ୍ୟ ଡାବୁଗାଁ ଥାନା ଅଧିନ ମାନିଗାଁ ଗ୍ରାମର ହରି ମାଝୀ (୨୩) ଏକ ମୋଟସାଇକଲ ନଂ ସିଜି ୧୭ କେଇ ୯୧୬୨ ଯୋଗେ ସନ୍ଧ୍ୟା ପ୍ରାୟ ୮ ଘ ସମୟରେ ନିଜ ଶାଶୁଘର ଉମରାହାଣ୍ଡି ଗ୍ରାମକୁ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । କୌଣସି ସୂତ୍ରରୁ ଡାବୁଗାଁ ଅଗ୍ନିଶମବିଭାଗ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ହରି ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରଣା ସ୍ଥଳରେ ଡାବୁଗାଁ ଥାନା ଅଧିକାରୀ ଲଷ୍ମୀ ପରଜା ଙ୍କ ନେତୃତ୍ୱରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛନ୍ତି ।