-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
25-Jun-2026
ଭୁବନେଶ୍ୱର(ପ୍ରେରଣା ଖବର): ପ୍ରେମ ସମ୍ପର୍କ, ପ୍ରତାରଣାକୁ ନେଇ ବେଶ୍ କିଛିଦିନ ବିବାଦରେ ଥିବା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସ (ଜୁନ୍ ୨୪)ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ହୋଟେଲରେ ପ୍ରେମିକା ପ୍ରତ୍ଯୁଷା ନନ୍ଦଙ୍କ ହାତ ଧରିଛନ୍ତି ବିଜୟଶଙ୍କର। ଅତ୍ଯନ୍ତ ଗୁପ୍ତ ଓ ଅଳ୍ପ ସଂଖ୍ଯକ ଅତିଥିଙ୍କୁ ନେଇ ବିଜୟ ଶଙ୍କର ବିବାହ କରିଛନ୍ତି। ପୁତ୍ର ଓ ବଧୂଙ୍କର କିଛି ସମ୍ପର୍କୀୟ ମଧ୍ଯ ଯୋଗ ଦେଇଥିଲେ। ଗୋଟିଏ ଦିନରେ ବିବାହ ଏବଂ ଭୋଜି ଆୟୋଜନ ହୋଇଥିବା ସୂଚନା ମିଳିଛି। ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣେ ବିଜେଡି ନେତାଙ୍କ ସୂଚନା ଅନୁସାରେ, ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ହାତଗଣତି ବିଜେଡିର କିଛି ନେତା ଯୋଗ ଦେଇଥିଲେ। ବିଶେଷ କରି ବିଷ୍ଣୁ ଦାସଙ୍କ ସହ ଅନ୍ତରଙ୍ଗ ଥିବା କିଛି ନେତା ସାମିଲ ହୋଇଥିଲେ। ବିରିଡି ବ୍ଲକର ନେତା ମଧ୍ଯ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ। ରଘୁନାପୁରର ଜଣେ ଦୁଇ ଜଣ ସାମିଲ ହୋଇଥିଲେ। କିନ୍ତୁ ତିର୍ତ୍ତୋଲର ସେମିତି ନେତୃସ୍ତରୀୟ କେହି ସାମିଲ ହୋଇଥିବା ଦେଖିବାକୁ ମିଳି ନ ଥିଲା । ସନ୍ଧ୍ୟା ସୁଦ୍ଧା ବିବାହ ସମ୍ପନ୍ନ ହୋଇଥିଲା। ଏହା ପରେ ଭୋଜିର ଆୟୋଜନ ହୋଇଥିଲା।*