-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
29-Jun-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର) -ଏକ ସ୍କର୍ପିଓ ଗାଢିରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାତରେ ଧରାପଡ଼ି ଥିବା ଜଣାଯାଏ । ପ୍ରାପ୍ତ ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଏକ ସ୍କର୍ପିଓ ଗାଡି ଓଆର ୦୩ ଇ-୨୧୨୫ ଗାଡ଼ି ରେ ବଲାଙ୍ଗିର ଜିଲ୍ଲା ଉଚ୍ଚବାହାଲ ଗ୍ରାମରୁ ସମ୍ବଲପୁର ଚାଲାଣ ହେଉଥିଲା। ଡୁଙ୍ଗୁରିପାଲି ଥାନା କଲେଜ ଏବଂ ବନ୍ଧପାଲି ରାସ୍ତା ମଝିରେ ପୁଲିସ କୌଣସି ସୂତ୍ରରୁ ଜାଣିପାରି ଗାଡ଼ିକୁ ଅଟକାଇଥୁଳା । ସେଥିରେ ଜାଞ୍ଚ କରିବା ପରେ ୨୨ କେଜି ପାଖାପାଖି ଗଞ୍ଜେଇ ବାହାରିଥିଲା । ଏହି ମାମଲାରେ ମୋହନ ସାହୁ (୬୫)କୁ ଗିରଫ କରାଯାଇଛି । ମାଜିଷ୍ଟ୍ରେଟ୍ ଦାୟିତ୍ଵରେ ରାମପୁର ଅତିରିକ୍ତ ତହସିଲଦାର ବିଶ୍ଵମ୍ବରନାଥ ପାଣ୍ଡେଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଡୁଙ୍ଗୁରିପାଲି ଥାନାରେ ଏକ ମାମଳା ରଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନାଧିକାରୀ ଭୋଜାଲିନ ପଟେଲ ସୂଚନା ଦେଇଛନ୍ତି