-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

29-Jun-2026



ବଲାଙ୍ଗିର(ପ୍ରେରଣା ଖବର): ସବୁବେଳେ ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ। ଏବେ ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଯୋଗୁଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଅବସରକାଳୀନ ପେନସନ ପାଇବାରୁ ବଞ୍ଚିତ ହେବାର ପରିଲକ୍ଷିତ ହେଉଛି। ସୂଚନା ଅନୁଯାୟୀ ବଲାଙ୍ଗିର ଲକ୍ଷ୍ମୀ ନାରାୟଣ ପଡ଼ା ସ୍କୁଲରେ ଚାଲିଛି ଉର୍ଦ୍ଦୁ ସ୍କୁଲ। ଜିଲ୍ଲାରେ ଥିବା ଏକମାତ୍ର ଏହି ମାଇନରିଟି ସ୍କୁଲ ୧୯୭୨ ସାଲରୁ ବଲାଙ୍ଗିର ସହରରେ ଚାଲିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାଇନରିଟି ସ୍କୁଲର ନିଜସ୍ୱ ଗୃହ ନାହିଁ।ବାରବୁଲା ଭଳି ଏଠାରେ ସେଠାରେ ଚାଲିଛି ଏହି ସ୍କୁଲ।ଏହି ସ୍କୁଲ ରେ ଦୁଇ ଜଣ ଶିକ୍ଷୟତ୍ରୀ ଶିକ୍ଷକତା କରି ଆସୁଛନ୍ତି।ଜଣେ ଶିକ୍ଷୟତ୍ରୀ ଟିକ୍ରାପଡ଼ା ସ୍କୁଲ ରୁ ଡ଼େପୁଟେସନ ରେ ଆସିଥିବା ବେଳେ ଅନ୍ୟ ଜଣକ ପ୍ରୋଜେକ୍ଟ ଏମ୍ ଇ ସ୍କୁଲ ରୁ ୨୦୨୧ ରୁ ଆସି ଏହି ଉର୍ଦ୍ଦୁ ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।ଏବେ ଦୁଇ ଜଣ ନିଜ କାର୍ଯ୍ୟରୁ ଅବସର ନେବେ।ଚଳିତ ୩୦ ତାରିଖ ଦିନ ସ୍କୁଲ ରେ ତାଙ୍କ ଶେଷ ଦିବସ। ଚିନ୍ତାର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜୁନିଅର୍ ଶିକ୍ଷକ ଏହି ସ୍କୁଲ ରେ ଯୋଗଦାନ କରି ନ ଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ ତାଙ୍କର ନୋ ଡିଉଜ୍ ସାର୍ଟିଫିକେଟ ପ୍ରଦାନ କରି ନାହାନ୍ତି।ଯଦ୍ୱାରା ସେ ଅବସର ଦିନ ପାଇବାକୁ ଥିବା ଅବସରକାଳୀନ ପେନସନ ବ୍ୟବସ୍ଥା ରୁ ବଞ୍ଚିତ ହେବେ।ଅବସର ଦିନ ଅବସରକାଳୀନ ପେନସନ ପାଇବା ପାଇଁ ସରକାର ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ରେ ସରକାରଙ୍କ ଆଦେଶକୁ ଅବମାନନା କରାଯାଉଥିବା ଜଣାପଡ଼ିଛି।ଶିକ୍ଷୟତ୍ରୀ ଜଣକ ତିନି ମାସ ପୂର୍ବରୁ ବଲାଙ୍ଗିର ସଦର ବି ଇ ଓ ଙ୍କୁ ତାଙ୍କ ଅବସର ସମୟ ବିଷୟରେ ଦୁଇ ଥର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ।ପରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ।ଜଣେ ଶିକ୍ଷକ ଅବସର ନେବାର ଚାରି ମାସ ପୂର୍ବରୁ ତାଙ୍କ ଅବସର କାଳୀନ କାଗଜପତ୍ର କରିବା ପାଇଁ ତାଙ୍କୁ ସୁଯୋଗ ଦେବା ପାଇଁ ସରକାରୀ ବ୍ୟବସ୍ଥା ଥିବା ସତ୍ତ୍ୱେ ଶିକ୍ଷୟିତ୍ରୀ ଜଣକ ସେହି ସୁବିଧା ରୁ ବଞ୍ଚିତ ହେଲେ।ଏଣୁ ସେ ତାଙ୍କ ଅବସରକାଳୀନ ସୁବିଧା ପାଇବାରୁ ଏବେ ବଞ୍ଚିତ ହେବାକୁ ଯାଉଛନ୍ତି ଯାହାକି ତାଙ୍କର ଚିନ୍ତାର କାରଣ ପାଲଟିଛି।ତେବେ ଇତି ମଧ୍ୟରେ ବଲାଙ୍ଗିର ସଦର ବ୍ଲକ୍ ରେ ୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଡ଼େପୁଟେସନ ଏବଂ ଟ୍ରାନସ୍ଫର ହୋଇ ଆସିଥିଲେ ମଧ୍ୟ ଏହି ମାଇନରିଟି ସ୍କୁଲ କୁ ଭୁଲିଗଲେ।ଜଣେ ଜୁନିଅର୍ ଶିକ୍ଷକଙ୍କୁ ସ୍କୁଲକୁ ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ଚାର୍ଜ ଦେଇ ନିଜ ଅବସରକାଳୀନ କାର୍ଯ୍ୟ କରିପାରିଥାନ୍ତେ ବୋଲି ବଲାଙ୍ଗିର ବି ଇ ଓ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିବା ସଇଁତଳା ବ୍ଲକ ବି ଇ ଓ ଦିଲୀପ ଯୋଶୀଙ୍କୁ ଫୋନ୍ ମାଧ୍ୟମରେ ପଚାରିବାରୁ ସେ ପ୍ରତ୍ୟୁତ୍ତରରେ ଏଭଳି କୌଣସି ନିୟମ ନାହିଁ ବୋଲି କହି ଫୋନ୍ କାଟି ଦେଇଥିଲେ।ତେବେ ଏଠି ପ୍ରଶ୍ନ ଉଠେ ସରକାର ଜାରି କରିଥିବା ସର୍ଭିସ କୋଡ ବିଷୟରେ ଜାଣି ନାହାନ୍ତି କି ବଲାଙ୍ଗିର ସଦର ବିଇଓ ବୋଲି ଚର୍ଚ୍ଚା ହେଉଛି।ଏହା ପାଇଁ ଦାୟୀ କିଏ?ତେବେ କେଉଁ ନିୟମ ବଳରେ ଶିକ୍ଷୟତ୍ରୀ ଜଣକ ନିଜ ଅବସରକାଳୀନ ପେନସନ ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଜବାବ୍ ଦେବେ କି ବୋଲି ପ୍ରଶ୍ନ ଉଠିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like