-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||     

HOME   ରାଜ୍ୟ

ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ 

24-Jun-2026



ବଲାଙ୍ଗୀର(ପ୍ରେରଣା ଖବର):  ଜିଲ୍ଲା ଭିତ୍ତିକ ଅନୁଷ୍ଠାନ ଲେଖକ ପରିଷଦ, ବଲାଙ୍ଗିରର ନେତୃତ୍ୱ ଓ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ  ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମା’ ଦ୍ୱାରସେନୀ ଓ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ତଥା କବି ସୁଶାନ୍ତ ବାଗ ଙ୍କ ଦ୍ଵାରା ମାଙ୍ଗଳିକ ଗାନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ଲେଖକ ପରିଷଦ ର ସଭାପତି ଡଃ.ଜୟକୁମାର ଆଚାର୍ଯ୍ୟ ସଭାପତିତ୍ବ କରିଥିବା ଏହି ସଭାରେ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ର ଆବାହକ ଭାବରେ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଭାବରେ ରାଜ-ଖଡ଼ିଆଳର ପ୍ରବିଣ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଡ଼ଃ. ଲୋହିତାକ୍ଷ ଯୋଶୀ, ସମ୍ମାନିତ ଅତିଥି ଭାବରେ 
ଲେଖକ ପରିଷଦର ଉପଦେଷ୍ଟା ସନାତନ ଠାକୁର, ଉପ-ସଭାପତି କବି ଭିକାରୀ ଚରଣ ମିଶ୍ର, କବି କ୍ଷିରୋଦ ଷଡ଼ଙ୍ଗୀ ଙ୍କ ସହିତ ବକ୍ତା ଭାବରେ ଅଧ୍ୟାପକ ଓ କବି ଡଃ. ସଞ୍ଜୟ ମିଶ୍ର, ଅଧ୍ୟାପକ ଦିଲୀପ କୁମାର ପଶାୟତ ଙ୍କ ସହିତ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମି ରଞ୍ଜନ ପୁଟେଲ, ବିଶିଷ୍ଟ ସଙ୍ଗୀତଜ୍ଞ ରେଣୁରଞ୍ଜନ ବାଗ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । "କୋଶଲି ସାହିତ୍ୟ ନେ ତତ୍ତ୍ବ ଆର୍ ଦର୍ଶନ" ଶିର୍ଷକ ଆଲୋଚନାରେ ଭାଗନେଇ  ଆଧୁନିକତା କୁ ବ୍ୟାପକ ସ୍ତରରେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବକ୍ତା ଓ ଅତିଥି ମାନେ ମତ ପୋଷଣ କରିଥିଲେ । 
କାର୍ଯ୍ୟକ୍ରମକୁ କବି ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସଂଯୋଜନା କରିଥିଲେ ।
ଲେଖକ ପରିଷଦ ର ଅନ୍ୟତମ ଉପଦେଷ୍ଟା ନାଟ୍ୟକାର ନୀଳମଣି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନ ରେ ଅଧ୍ୟାପିକା ମିନତୀ ରଥ ଓ ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ତଦ୍‌‌ଅନ୍ତେ ଅନୁଷ୍ଠିତ କବିତା ଆସରରେ କବି ସୁରେଶ ଭୋଇ, ଶ୍ରୀପାଳ ପଣ୍ଡା, ମଧୁସୂଦନ ଦାସ, ସତ୍ୟନାରାୟଣ ମିଶ୍ର ପ୍ରମୁଖଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଡଃ କୌତୁକ ପନ୍ଦର, ଡଃ. ଜଗନ୍ନାଥ ସାହୁ, ଡ଼ଃ ବ୍ରଜ ମୋହନ ମେହେର,  ଲକ୍ଷ୍ମୀକାନ୍ତ ବିଭାର, ବୃନ୍ଦାବନ କୁମ୍ଭାର, ଗଣେଶ ବାରିକ୍, ରାଜିବ ସଗରିଆ, କବି ସୁଶାନ୍ତ ବାଗ ଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଅନେକ କବି କବୟିତ୍ରୀ ସାମିଲ ହୋଇ କବିତା ପଠନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026
  ଜିଲ୍ଲା  
ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   17-Aug-2026
  ଜିଲ୍ଲା  
ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ   17-Aug-2026
  ଜିଲ୍ଲା  
ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   17-Aug-2026
  ଜିଲ୍ଲା  
ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା   17-Aug-2026

You Might Also Like