-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||     

HOME   ଜିଲ୍ଲା

ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ

29-Jun-2026



ନୂଆପଡ଼ା (ରାମନାଥ ପଣ୍ଡା )
ଦୃଢ଼ ଇଚ୍ଛାଶକ୍ତି, ସ୍ୱଚ୍ଛ ପ୍ରଶାସନ, ଜନସେବା ପ୍ରତି ନିଷ୍ଠା ଓ ସମର୍ପଣ ଏବଂ ବିକାଶ ପ୍ରତି ଦୂରଦର୍ଶୀ ଚିନ୍ତାଧାରା ଥିଲେ ମାତ୍ର ଚାରି ବର୍ଷ ମଧ୍ୟରେ ଏକ ସହରର ଭାଗ୍ୟ ପରିବର୍ତ୍ତନ କରାଯାଇପାରେ । ଖରିଆର ରୋଡ଼ ଏନଏସିର ଅଧ୍ୟକ୍ଷା ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ ନିଜର ଚାରି ବର୍ଷର କାର୍ଯ୍ୟକାଳରେ ବିକାଶର ଏମିତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚନା କରିଛନ୍ତି ଯାହା ଆଜି କେବଳ ଖରିଆର ରୋଡ଼ ନୁହେଁ ବରଂ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନଗରର ସମସ୍ତ ୧୯ଟି ୱାର୍ଡରେ ନିୟମିତ ଜନଶୁଣାଣି, ଘରେ ଘରେ ଜନସମ୍ପର୍କ ଅଭିଯାନ ଓ ହ୍ୱାଟସ୍‌ଆପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରି ସେ ଲୋକପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ନୂଆ ସେତୁ ଗଢ଼ିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ପେନସନ, ରାସନ କାର୍ଡ ସମେତ ଅନେକ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କ ଘରଦୁଆରକୁ ପହଞ୍ଚାଇବାରେ ସେ ସଫଳ ହୋଇଛନ୍ତି । ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟରେ ଥିବା ୱାର୍ଡଗୁଡ଼ିକରେ ନୂତନ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଲୋକଙ୍କ ଆଶା ଆହୁରି ବଢ଼ିଛି ।
ସେହିପରି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ନିକଟରେ +୨ କଲେଜ ସ୍ଥାପନ, ଜୋଙ୍କ ନଦୀରେ ଚେକ୍ ଡ୍ୟାମ୍ ଓ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଦୃଢ଼ ଦାବି ଉଠାଇ ସହରର ଭବିଷ୍ୟତ ବିକାଶର ମଜବୁତ ମୂଳଦୁଆ ରଖିଛନ୍ତି ।
ରେଳ ଷ୍ଟେସନର ରୂପାନ୍ତର ବିକାଶର ନୂଆ ପରିଚୟ ।
୨୦୨୨ ମସିହାରେ ଡିଆରୟୁସିସି ସଦସ୍ୟ ଥିବା ସମୟରେ ବିଜେପି ନେତା ଗୋଲ୍ଡି ଅଗ୍ରୱାଲ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ଏବଂ ରେଳ ଅଧିକାରୀଙ୍କ ସମ୍ମୁଖରେ ରଖିଥିବା ପ୍ରସ୍ତାବ ଆଜି ବାସ୍ତବ ରୂପ ନେଇଛି । ଅମୃତ ଭାରତ ରେଳ ଷ୍ଟେସନ ଯୋଜନା ଅଧୀନରେ ଖରିଆର ରୋଡ଼ ରେଳ ଷ୍ଟେସନର କାୟାକଳ୍ପ ହୋଇଛି । ଫୁଟ୍ ଓଭରବ୍ରିଜ୍, ଲିଫ୍ଟ, କୋଚ୍ ଡିସ୍ପ୍ଲେ, ସୌନ୍ଦର୍ଯ୍ୟକରଣ ଓ ଜିଆରପି ଥାନା ଭଳି ଆଧୁନିକ ସୁବିଧା ସହରକୁ ନୂଆ ପରିଚୟ ଦେଇଛି ।
କୋଟି କୋଟି ଟଙ୍କାର ବିକାଶ ପ୍ରକଳ୍ପରେ ଚମକୁଛି ଖରିଆର ରୋଡ଼ ।
ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲଙ୍କ ନେତୃତ୍ୱରେ ସହରରେ ଏକାଧିକ ଐତିହାସିକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି -

 

 

-

୨୭ କୋଟି ଟଙ୍କାର ଅତ୍ୟାଧୁନିକ ଅଟଲ ବସ୍ ଟର୍ମିନାଲ ।
- ଟର୍ଫ କ୍ରିକେଟ୍ ଗ୍ରାଉଣ୍ଡ ଓ ସ୍ୱିମିଂ ପୁଲ୍।
- ସ୍ମାର୍ଟ ପାର୍କ ଓ ସହର ସୌନ୍ଦର୍ଯ୍ୟକରଣ ।
- ବନକା, ମୁଣ୍ଡାଗାଁ ଓ ମୋଙ୍ଗରାପାଲି ପୋଖରୀର ପୁନରୁଦ୍ଧାର ଓ ବୋଟିଂ ବ୍ୟବସ୍ଥା ।
- କଲ୍ୟାଣ ମଣ୍ଡପ, ଇନଡୋର ଷ୍ଟାଡିୟମ, ଏମସିସି-ଏମଆରଏଫ କେନ୍ଦ୍ର।
- ଦୁଇଟି ଆହାର କେନ୍ଦ୍ର ।
- ଜୋଙ୍କ ନଦୀ ଉପରେ ଓଭରବ୍ରିଜ୍ ।
- ୫ କୋଟି ଟଙ୍କାର ଗୋଶାଳା ।
- ନୂତନ ଏନଏସି ଭବନ ।
- ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ।
- ୩୨ କୋଟି ଟଙ୍କାର ଏନଏଚ୍ ରୋଡ଼ ପ୍ରଶସ୍ତୀକରଣ ଓ ମାଷ୍ଟର ଡ୍ରେନ୍ ।
- ମଡେଲ ମଙ୍ଗଳ ବଜାର, ଚୌପାଟି, ଆଧୁନିକ ଆମ୍ବୁଲାନ୍ସ, ପବ୍ଲିକ ଲାଇବ୍ରେରୀ, ହାଇମାଷ୍ଟ ଲାଇଟ୍ ଓ ନୂଆ ସ୍ମାର୍ଟ ପାର୍କ ପାଇଁ ପ୍ରକଳ୍ପ ।

ମ୍ୟୁନିସିପାଲିଟି ହେବା ଦିଗରେ ଦ୍ରୁତ ଅଗ୍ରସର ଖରିଆର ରୋଡ଼ ।
ଡ଼ଃ ସୋନିଆଙ୍କ କାର୍ଯ୍ୟକାଳର ସବୁଠାରୁ ବଡ଼ ସଫଳତା ହେଉଛି ଖରିଆର ରୋଡ଼ ବର୍ତ୍ତମାନ ଏନ ଏ ସିରୁ ମ୍ୟୁନିସିପାଲିଟି ହେବାର ଦ୍ୱାରଦେଶରେ ପହଞ୍ଚିଛି । ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ଏହି ଘୋଷଣା କରିସାରିଛନ୍ତି ।

ଶିକ୍ଷିତ, ସ୍ୱଚ୍ଛ ଓ ଜନମୁଖୀ ନେତୃତ୍ୱର ଉଦାହରଣ -
ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଏଚଡି ହାସଲ କରିଥିବା ଡ଼ଃ ସୋନିଆ ବର୍ତ୍ତମାନ ଏଲଏଲବି ଅଧ୍ୟୟନ କରୁଛନ୍ତି । ସହରର ମନ୍ଦିର ସୌନ୍ଦର୍ଯ୍ୟକରଣ, ରାସ୍ତା, ନାଳ, ସଫେଇ, ଷ୍ଟ୍ରିଟ୍ ଲାଇଟ୍, ବିଦ୍ୟୁତ ବ୍ୟବସ୍ଥା, ସ୍କୁଲ ଓ ଆଙ୍ଗନୱାଡ଼ିର ଉନ୍ନତି ସହ ନୂତନ ଷ୍ଟାଡିୟମ ଏବଂ ସହରର ଦୁଇ ପାର୍ଶ୍ୱରେ ସ୍ୱାଗତ ତୋରଣ ନିର୍ମାଣ ପାଇଁ ମଧ୍ୟ ସେ ପଦକ୍ଷେପ ନେଇଛନ୍ତି ।
ବର୍ତ୍ତମାନ ଖରିଆର ରୋଡ଼ରେ ଦେଖାଯାଉଥିବା ବିକାଶର ନୂଆ ଚିତ୍ର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲଙ୍କ ଦୂରଦର୍ଶୀ ନେତୃତ୍ୱ, ସମର୍ପିତ ଜନସେବା ଓ ବିକାଶମୂଳକ ଚିନ୍ତାଧାରାର ପ୍ରତିଫଳନ ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ଖରିଆର ରୋଡ଼ର ବିକାଶ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ପରିଗଣିତ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026

You Might Also Like