-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପି.ଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର କୃଷି ବିଜ୍ଞାନ ସଭା ଗୃହ ଠାରେ ଦୁଇ ଦିନିଆ ଚାଷୀ ଓ ବୈଜ୍ଞାନିକ ଭାବ ବିନିମୟ କାର୍ଯ୍ୟ କ୍ରମ ର ଶୁଭାରମ୍ଭ ହୋଇଛି l ଆଜି ପ୍ରଥମ ଦିଵସ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପ ରାଜ ସାହୁ ଏହା କୁ ଉଦ୍ଘାଟନ କରି ଚାଷୀ ମାନଙ୍କ ବିଭିନ୍ନ ଚାଷ ସମ୍ପର୍କ ରେ ଆଲୋଚନା କରିବା ସହ ପରିସ୍ଥିତି ର ପରିବର୍ତ୍ତନ ର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଏଥିରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ବିଶ୍ବ ରଞ୍ଜନ ପଟ୍ଟନାୟକ, ଵୈଜ୍ଞାନିକ (ଫସଲ ସଂରକ୍ଷଣ) ତ୍ରୀନାଥ ଖଣ୍ଡାଇତରାୟ ,ଵୈଜ୍ଞାନିକ( କ୍ଷେତ୍ର ବିଜ୍ଞାନ) ସତ୍ୟ ବ୍ରତ ମଙ୍ଗରାଜ,ଵୈଜ୍ଞାନିକ (କୃଷି ସମ୍ପରସାରଣ) ସୁପ୍ରଭା ସେଠ୍, ଵୈଜ୍ଞାନିକ (ଗୃହ ବିଜ୍ଞାନ) ଲୋପା ମୁଦ୍ରା ରାୟ ପ୍ରମୁଖ ଯୋଗ ଦେଇ ଜୈବିକ ଖତ ପ୍ରସ୍ତୁତି ଓ ପ୍ରୟୋଗ,ଛତୁ ଚାଷ ପ୍ରଣାଳୀ,ଜିଆ ଖତ ପ୍ରସ୍ତୁତ, ବତକ ଚାଷ,ମାଛ ଚାଷ,ଘର ଅଗଣା ରେ ପନିପରିବା ଚାଷ, ଖରଟିଆ ଚାଷ, ରୋଗ ପୋକ ନିୟନ୍ତ୍ରଣ, ବିଭିନ୍ନ ଧାନ ବିହନ, ମାଟି ପରୀକ୍ଷା ର ଅବଶ୍ୟକ ତଥା ଉନ୍ନତମାନର ଜ୍ଞାନ କୌଶଳ ବ୍ୟବହାର କରିବାର ପଦ୍ଧତି ଗୁଡିକ ଉପରେ ଆଲୋଚନା କରିଥିଲେ। କାର୍ଯ୍ଯକ୍ରମ ରେ କର୍ଲାମୁଣ୍ଡା ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ଆତ୍ମା କମିଟି ସଭ୍ୟ ପ୍ରଦୀପ କୁମାର ସାହୁ,ଯୁବ ଚାଷୀ ମହେନ୍ଦ୍ର ରଣା, ନନ୍ଦି କିଶୋର ଭୋଇ, ବନ ମାଳି ସାହୁ, ପ୍ରମୋଦ ସାହୁ, ଭୂପିନ୍ଦର ଚୌଧୁରୀ, ଟିକେଧର ରଣା, ଆନନ୍ଦ ସାହୁ, ରମେଶ ସାହୁ, କଳ୍ପ ସାହୁ, ପ୍ରକାଶ ରଣା, ଟୁକୁ ସାହୁ, କ୍ଷୀର ସାହୁ, ଓକିଲ ପ୍ରଧାନ, ବାହାଦୂର ଧରୁଆ, ଗିରିଧାରୀ ସାହୁ, ମହେନ୍ଦ୍ର ସାହୁ, ଦୟା ରଣା, ବରିଷ୍ଠ ଚାଷୀ ଦୀନ ବନ୍ଧୁ ସାହୁ, ଦୟା ସାଗର ମାଝୀ, କୃଷକ ମୋର୍ଚ୍ଚା ବ୍ଲକ ସଂଯୋଜକ ଦୁର୍ଯୋଧନ ସାହୁ, ଜୈବିକ ଚାଷୀ ବଳ ଦେବ ଭୋଇ,ଏଟିଏମ୍ ଶ୍ୟାମ ପଦ ଭଞ୍ଜ, ମିଲନ କୁମାର ଗୋଚ୍ଛାୟତ, ଗ୍ରାମ୍ୟ କୃଷି କର୍ମୀ ଲୋକ ନାଥ ନାଗ, ମୃତ୍ତିକା ସଂରକ୍ଷଣ ଵିଭାଗ ସହାୟକ ବିଜୟ ମିଶ୍ର ଅଂଶ ଗ୍ରହଣ କରିଥିଲେ। ସଭା ଓ କ୍ଷେତ୍ର ପରିଦର୍ଶନ ପରେ ପରେ ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ର ଉକ୍ତ ଚାଷୀ ପ୍ରତିନିଧି ଦଳ ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହର ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ବର ଶୈବ ପୀଠ, ଇଷ୍ଟଦେବ ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ସୋନପୁର ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ତଥା ଜିଲ୍ଲା ର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ପର୍ୟ୍ୟଟନ କ୍ଷେତ୍ର ପରିଦର୍ଶନ ସହ ପ୍ରାକୃତିକ ସୋନ୍ଦର୍ୟ୍ଯ କୁ ଉପଭୋଗ କରିଥିଲେ ଓ ଜିଲ୍ଲା ର ଐତିହ ସଂସ୍କୃତି ଉପରେ ଅବଗତ ହୋଇ ଥିଲେ l