-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଳା ସଂସ୍କୃତି ଏବଂ ଐତିହ୍ୟର ମାଟି ଗଣ୍ତାବାହାଲିଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଏକ ଭେଟଘାଟ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗ୍ରାମ୍ୟର ବରିଷ୍ଠ ଉପଦେଷ୍ଟା ଟଙ୍କଧର ମେହେରଙ୍କ ସଭାପତିତ୍ବରେ ଅନେକ ବୁଦ୍ଧିଜୀବୀ,ସମାଜସେବୀ,ଯୁବବନ୍ଧୁ ଯୋଗ ଦେଇଥିଲା । କଳା ସଂସ୍କୃତିକୁ ଉଜ୍ଜିବୀତ କରିବା ସକାଶେ ଭାଇଚାରର ମହାମିଳନ ପାଇଁ ବିଭିନ୍ନ ନୃତ୍ୟ ଗୀତର ଆୟୋଜନ ତଥା ଭବ୍ୟ ପାଳନ ପାଇଁ ନୂଆଖାଇ ଭେଟଘାଟ କମିଟି ଗଠନ ହୋଇଥିଲା ଏଥିରେ ସଭାପତି ଭାବରେ ଘନଶ୍ୟାମ ମେହେର ସଂପାଦକ ଗୁପ୍ତେଶ୍ୱର ମେହେର ଓ କୋଷାଧ୍ୟକ୍ଷ ହେମନ୍ତ ମେହେରଙ୍କୁ ମନୋନୀତ କରାଯିବା ସହ ବିଭିନ୍ନ ବିଭାଗ ପାଇଁ ସ୍ବତନ୍ତ୍ର କମିଟି ମଧ୍ୟ ଚୟନ କରାଯାଇଥିଲା । କମିଟିର ସୂଚନା ମୁତାବକ ଏହି ଭେଟଘାଟ୍ ଟି ସେପ୍ଟେମ୍ବର ୧୮ ତାରିଖ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଅଛି ।