-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ବଲାଙ୍ଗିର(ପ୍ରେରଣା ଖବର)- ପାଟଣା ରାଜ୍ୟର ଇଷ୍ଟ ଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ମନ୍ଦିର ଦିର୍ଘ ଦିନ ଗମ୍ଭିରାଘର ମରାମତି ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଦେବୋତ୍ତର ବିଭାଗ ଜିଲ୍ଲାପ୍ରଶାସନ ବିଭିନ୍ନ ବୈଠକ କରି ମଧ୍ୟ ସମାଧାନର ରାସ୍ତା ଫିଟିନି । ଆଉ କିଛି ଦିନ ଗଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗଡର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପରଭା ଭଗ୍ନ ଅବସ୍ଥାରେ ଥିବାରୁ ଏ ନେଇ ଏଣ୍ଡୋମେଣ୍ଟ କମିଶନର ଗତ ୧୫ ଦିନ ତଳେ ରିପୋର୍ଟ ପ୍ରଦାନ କରିଛନ୍ତି । ଆଉ କିଛି ଦିନ ପରେ ନୁଆଖାଇ ପାଇଁ ମନ୍ଦିରମାନଙ୍କ ପାଇଁ ସଜ୍ଜାସଜ୍ଜି ହେଉଥିବା ବେଳେ ନୁଆ ଧାନ ଓ ବିଭିନ୍ନ ସାମଗ୍ରୀ ମାଁ ଙ୍କୁ ଅର୍ପଣ କରାଯାଏ । ମନ୍ଦିରର ଭଗ୍ନ ହୋଇଥିବା ପରଭା ମରାମତି ନ ହୋଇଥିବାରୁ ମାଁ ଙ୍କ ନୀତିନିଖଣ୍ଟ ବାଧା ସାଜୁଛି । ଏ ନେଇ ଗତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ପୁର୍ତ୍ତ ବିଭାଗକୁ ପତ୍ର ସଂଖ୍ୟା ୧୨୪୬ / ୨୦୨୬ ପୂର୍ତ୍ତ ବିଭାଗ ପାଇଁ ଡିପିଆର ପ୍ରସ୍ତୁତି ପାଇଁ ଏକ ପତ୍ର ଲେଖିଥିଲେ । ଏ ଯାଏଁ ପର୍ତ୍ତ ବିଭାଗ ର କୌଣସି କର୍ମକର୍ତ୍ତା ଆସିଲେଣି । ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଏ ନେଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ମାଁ ପାଟଣେଶ୍ୱର ମନ୍ଦିର ଗମ୍ଭିରା ଘର ମରାମତି ନିମନ୍ତେ ପତ୍ର ସଂଖ୍ୟା ୨୬୨/୦୯.୦୭.୨୦୨୬ ରେ କମିଟି ଦାବି ପ୍ରଦାନ କରାଯାଇଥିଲା । ଏ ନେଇ କିଛି କାର୍ଯ୍ୟକାରୀ ନ ହେବାରୁ ଆଗକୁ ନୁଆଁଖାଇ ଓ ଦଶହରା ପର୍ବ ଗଡର ଇଷ୍ଟଦେବୀ ବିପଦମୁଖରେ । ଏ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ମନ୍ଦିର ପରିଦର୍ଶନ କରିଥିଲେ ଓ କମିଟି ସହ ବିଭିନ୍ନ ବିଷୟ ଆଲୋଚନା କରି ତୁରନ୍ତ କିଭଳି ମରାମତି ହେବ ଓ କାର୍ଯ୍ୟକାରି ହେବ ବୋଲି ସେ କମିଟି ସହ ଆଲୋଚନା କରିଥିଲେ । ବଲାଙ୍ଗିର ବିଧାୟକ ଙ୍କ ସହ ଆଲୋଚନା କରି ତୁରନ୍ତ କିଭଳି ମନ୍ଦିର କିଭଳି କାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ଦେବାଳୟର ଐତିହ୍ୟ ସୁରକ୍ଷା କମିଟିର ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନି ଶଙ୍କର ଭୋଇ, ମନ୍ଦିର ପୂଜକ ମଳୟ ଦିଶ୍ରୀ, ବୁଲୁ ବେହେରା ସମେତ କମିଟି ର ଉପସ୍ଥିତ ଥିଲେ ।