-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )-ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ଓ ପରିକ୍ରମା ପରି ସିମିତ କାର୍ଯ୍ୟକ୍ରମରେ ଅଧିକାଂଶ ଅନୁଷ୍ଠାନ ସାରିଦେଉଥିଲା ବେଳେ ଜୁଯୋମୁରା ବ୍ଲକ ର ଏକଦା ମାଓ ପ୍ରବଣ ଥିବା ମେଘପାଳ ପଂଚାୟତରେ ସ୍ଥାନୀୟ ସରପଞ୍ଚ ମମତା ପଧାନ ଦୀର୍ଘ ୧୦ ବର୍ଷ ହେଲା ଏକ ଭିର୍ନ୍ନ ପରମ୍ପରା ସୃଷ୍ଟି କରି ଗ୍ରାମଞ୍ଚଳର ଗରିବ ଓ ନିରୀହ ଶିଶୁ ମାନଙ୍କୁ ସରକାରୀ ପ୍ରାଥମିକ ସ୍କୁଲ ରେ ପଢ଼ାଇବା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେବା ସହିତ ସ୍କୁଲରେ ଶିକ୍ଷାର୍ଥୀ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବରେ ବଢ଼ାଇ ପାରିଛନ୍ତି l ସ୍ୱାଧୀନତା ଦିବସରେ ଚିରାଚରିତ କାର୍ଯ୍ୟକ୍ରମ ସହ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପାଣିବୋତଲ, ଟିଫିନ ବକ୍ସ ସହିତ ସ୍କୁଲ ବ୍ୟାଗ ପ୍ରଦାନ କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରି ମେଘପାଳ ଭଳି ଅଞ୍ଚଳରେ ଶିକ୍ଷାର ଆଲୋକ ବୁଣିବାରେ ସକ୍ଷମ ହୋଇଛନ୍ତି।ଏହି ଅବସରରେ ମେଘପାଳ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ସମାଜସେବୀ ତଥା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା ରାଜାରାମ ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସରପଞ୍ଚଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଅଭିନବ କାର୍ଯ୍ୟକ୍ରମ ର ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ବର୍ଣ୍ଣନା କରି ବଣ ଜଙ୍ଗଲ ଘେରା ମେଘପାଳରେ ଗଢି ଉଠିଥିବା ପାଠାଗାର ର ଆଦୃତ୍ତି ଲୋକଙ୍କ ସଚେତନତାର ବାର୍ତ୍ତା ବୋଲି କହି ପ୍ରଶଂସା କରି ଥିଲେ l ସମିତି ସଭ୍ୟା ନୀଳିମା ଧରୁଆ,ନାଏକ ସରପଞ୍ଚ ଅଜୟ ଡାଙ୍ଗ,ଟାମ୍ପରସିଂହା ସ୍କୁଲ ଶିକ୍ଷକ ଏନ୍ଏମ୍ ଡାଙ୍ଗ
ଏ.ଡି.ଓ ଶୁଭେନ୍ଦୁ ମାଝି,ଜନନୀ କେରକେଟା,ମେଘପାଳ ସ୍କୁଲ୍ ଶିକ୍ଷୟିତ୍ରୀ ବୀନୋଦିନି ବେହେରା
ଯୋଗାଣ ସହାୟିକା ପଙ୍କଜୀନି ସାହୁ
ସମାଜସେବୀ ମନଧାତା ଲୁହା, ୱାର୍ଡ ମେମ୍ବର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋମଳମତି ଶିଶୁଙ୍କୁ ସରପଞ୍ଚଙ୍କ ଉପହାର ପ୍ରଦାନ କରିଥିଲେ।ଏଥିରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମାରୋହରେ ଉପସ୍ଥିତ ଥିଲେ।