-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ବଲାଙ୍ଗୀର(ପ୍ରେରଣା ଖବର): ଓଡିଶା ମାଧ୍ୟମିକ ସ୍କୁଲଶିକ୍ଷକସଂଘ(ଓଷ୍ଟା) ବଲାଙ୍ଗୀର ଶାଖା ପକ୍ଷରୁ ଦେଓଗାଁ ପଞ୍ଚାୟତସମିତି ବାଳିକା(ଆବାସିକ) ବିଦ୍ୟାଳୟଠାରେ ସାମ୍ବିଧାନିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବିଳନୀରେ ପଞ୍ଚାୟତସମିତିବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅମ୍ବରୀଶ ଭୋଇ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତୁଥି ଭାବରେ ଓଷ୍ଟା ରାଜ୍ୟ ଉପସଭାପତି ସୁଧିରକୁମାର ନାଏକ,ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପକୁମାର ପୁଟେଲ,କାର୍ଯ୍ୟକାରୀ ସଭାପତି ଅନୀଳକୁମାର ସାହୁ,ସଂପାଦକ ଶଙ୍କରପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ପୂର୍ବ ବ୍ଲକସଂପାଦକ ପ୍ରେମରାଜ ପଧାନ,ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟ ଭକ୍ତବନ୍ଧୁ ପୁରୋହିତ ସଭା ପରିଚାଳନା କରିଥିଲେ । ସଇଁତଳା ବ୍ଲକ ସଂପାଦକ ମନୋଜ କୁମାର ବେହେରା, ବଲାଙ୍ଗୀର ବ୍ଲକସଂପାଦକ ସଂଜୟ ତ୍ରୀପାଠୀ ଓ ଟିଟିଲାଗଡ ବ୍ଲକର ଗୋବର୍ଦ୍ଧନ ସାହୁ ପ୍ରମୁଖ ପର୍ଯ୍ୟବେକ୍ଷକ ଦାୟୀତ୍ୱ ତୁଲାଇଥିଲେ । ବୈଠକରେ ସର୍ବସମ୍ମତିକ୍ରମେ ସତ୍ୟନାରାୟଣ ରଣା ସଭାପତି,ବାସୁଦେବ ପୋଢ ଉପସଭାପତି,ସୁଜାତା ମେହେର ଉପସଭାପତି(ମହିଳା),କେଶବଚନ୍ଦ୍ର ପାଣିଗ୍ରାହୀ ସଂପାଦକ,ପବିତ୍ରମୋହନ ବୁଡେକ ଯୁଗ୍ମସଂପାଦକ,ଆନନ୍ଦିନୀ ମିଶ୍ର ଯୁଗ୍ମସଂପାଦିକା(ମହିଳା),ସୁଦାମଚରଣ ଦୀପ,ଆନନ୍ଦ ଭଞ୍ଜ, ଶଶିକାନ୍ତ ଭୋଇ, ଜିଲ୍ଲାକାର୍ଯ୍ୟକାରିଣୀ ସଦସ୍ୟ,ସୁକାନ୍ତ ସାହୁ,ବିମ୍ବାଧର ସାହୁ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ ହୋଇଥିଲେ । ଶେଷରେ ପବିତ୍ରମୋହନ ବୁଡେକ ଧନ୍ୟବାଦ ଦେଇଥିଲେ ।