-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ପଞ୍ଚାୟତ ରାଜୀବ ଭବନ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଜନ ଶୁଣାଣି ଶିବିର ଟି ସରପଞ୍ଚ ଶ୍ରୀମତୀ ସୁନୀତା ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଏ ବି ଡି ଓ ରୁଦ୍ରପ୍ରସାଦ ସୁନା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ସମୁଦାୟ 20 ଗୋଟି ଅଭିଯୋଗ ଉପରେ ଅତିଥି ମାନେ ଶୁଣାଣି କରିଥିଲେ । ଗ୍ରାମ ପଞ୍ଚାୟତ ରେ ଝରଣିପାଲି, କୁଦୋପାଲି , ଆଡେନଡୁଙ୍ଗୁରି , ଆମ୍ୱଝରଣ, ପଥରାମୁଣ୍ଡା , କେନ୍ଦୁମୁଣ୍ଡି , ଚୁଙ୍ଗିଦାଦର, ପୋଢ଼ପାଲି , ଶାଲେଡୁଙ୍ଗୁରି ଗ୍ରାମ କୁ ନେଇ ପଞ୍ଚାୟତ ଗଠିତ l ଉକ୍ତ ଶିବିର ରେ ଭତ୍ତା ,ରାସନକାର୍ଡ , ଆବାସ ଗୃହ , ଉଦ୍ୟାନ ,କୃଷି , ଶିକ୍ଷା, ସ୍ବାସ୍ଥ୍ୟ, ଉନ୍ନୟନ ଉପରେ ଶୁଣାଣି ହୋଇଥିବା ବେଳେ ବନ୍ୟାରେ ବ୍ୟାପକ ବର୍ଷା ଯୋଗୁଁ ଚାଷୀ ଙ୍କ କ୍ଷତି ହୋଇଛି ଯାହାକି ବାଲିଚର , ଘର ଭାଙ୍ଗିବା , ଦେଖାଯାଇଛି l ଏହାର ଜରୁରୀ କାଳୀନ ତଦନ୍ତ ପୂର୍ବକ ତହସିଲଦାର ଚାଷୀ ଓ ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ଅଭିଯୋଗ ହୋଇଥିଲା l ଏହା ବ୍ୟତୀତ 3/4 ମାସ ହେବ କେତେକ ହିତାଧିକାରୀ ବୃଦ୍ଧ , ବୃଦ୍ଧା ଭତ୍ତା ପାଇ ନ ଥିବାରୁ ଶିବିର ରେ ଉତ୍ତେଜନା ଦେଖା ଯାଇଥିଲା l
ଏହି ଶିବିର ରେ ବ୍ଲକ ର ଜି ପି ଓ ଦେବରାଜ ତାଣ୍ଡି , ବି ଆର୍ ସି ଅଂଶୁମାନ ଦେବବାବୁ , ଏଲ ଆଇ ଦେବାଶିଷ ବେହେରା , ଏଚ ଇ ଡ୍ ବ୍ଲ ନରେନ୍ଦ୍ର ପଧାନ , ଉମାଶଙ୍କର ବେହେରା , ଅଭିରାମ ସାହୁ , ସର୍ବେଶ୍ଵର ପ ଟେ ଲ , ଏ ପି ଓ ଜଗତଜିତ। ସେଠୀ , ଭି ଏ ଡ଼ବ୍ଲୁ ବୈକୁଣ୍ଠ ଜଗତ , ଶୁଶାନ୍ତ ବାଗ , ଅନିରୁଦ୍ଧ ଭୋଇ , ଜଳ ଓ ପରିମଳ ଯନ୍ତ୍ରୀ ବେଣୁଧର ସିଂହ , ଜ୍ଞାନ ରଞ୍ଜନ ସା ପ୍ରମୁଖ ଉପସ୍ଥିତ ଥିବାବେଳେ ଗ୍ରାମ ପଞ୍ଚାୟତ ପି ଇ ଓ ରଶ୍ମି ରଂଜନ ପଧାନ ଙ୍କ ତତ୍ତ୍ୱ।ବଧାନ ରେ ଶିବିର ପରିଚାଳିତ ହୋଇଥିଲା l ଏହା ସହିତ ଯୋଗାଣ ସହାୟକ, ଶୁଶାନ୍ତ ସାହୁ , ଗାନ୍ଧୀ ସେଠ ଓ ୱାର୍ଡମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l