-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-May-2026
କଟକ (ତପନ ମହାନ୍ତି): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଗୋପିନାଥ ପୁର ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୩ତମ ‘ଆର୍ଟ ଅଫ୍ ଗିଭିଂ ଉତ୍ସବ ପାଳିତ ହୋଇଯାଇଛି। କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ମାନସ ସୃଷ୍ଟି (ଦେବାର କଳା ବା ତ୍ୟାଗର କଳା) ଆନ୍ତର୍ଜାତିକ ସ୍ତରରେ ମେ' ୧୭ରେ ପାଳନ କରାଯାଉଛି | ମଣିଷ ଭିତରେ ଦେବାର ପ୍ରବୃତ୍ତିକୁ ଉଜ୍ଜୀବିତ କରିବା ପାଇଁ ଏହା ଏକ ପ୍ରୟାସ | ଗୋପିନାଥପୁରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଆର୍ଟ ଅଫ୍ ଗିଭିଂ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ I ବରେଣ୍ୟ ଅତିଥି ଭାବରେ କିସ୍ ବିଶ୍ଵବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ସାହୁ, ଅନ୍ୟତମ ଅତିଥି ଭାବରେ କଟକ ସଦର ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ସାଲେପୁର ତହସିଲଦାର ଉର୍ମିଳା ପ୍ରଧାନ, ଜାତୀୟ ଯୁବ ପ୍ରକଳ୍ପର ଓଡ଼ିଶା ସଂଯୋଜକ ମଧୁସୂଦନ ଦାସ, ଆନନ୍ଦ ଆତ୍ମା ସେବାଶ୍ରମର ପ୍ରତିଷ୍ଠାତା ରାମଦାସ ମହାରାଜ ପ୍ରମୁଖ ଯୋଗଦେଇ 'ଆର୍ଟ ଅଫ୍ ଗିଭିଂ'ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍ ଗିଭିଂର ଚଳିତ ବର୍ଷର ବିଷୟବସ୍ତୁ ଥିଲା 'ବାଣ୍ଟିଲେ ଚମକିବ'। ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସାଲେପୁର ଓ ଟାଙ୍ଗୀ ଅଞ୍ଚଳର ବହୁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ଉପସ୍ଥିତ ସମସ୍ତ ଜନ ସାଧାରଣଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ ପରିବେଷଣ
କରାଯାଇଥିଲା। ସମାଜସେବୀ ସୁବ୍ରତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ବିଶ୍ବରଞ୍ଜନ ସାହୁ ମଞ୍ଚ ସଂଯୋଜନା କରିଥିଲେ । ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସମେତ କିଟ୍ ଓ କିସ୍ ଅନୁଷ୍ଠାନ ପକ୍ଷରୁ ଦୀପକ କୁମାର ପାଣି, ଦୁଃଶାସନ ବେହେରା, ସୁକାନ୍ତ କୁମାର ବିଶ୍ୱାଳ, କ୍ଷିତୀଶ କୁମାର ନାୟକ, ଜୟନ୍ତ କୁମାର ବିଶ୍ଵାଳ, ରଞ୍ଜନ କୁମାର ରାଉତ, ସତ୍ୟ ପ୍ରକାଶ ଭୂୟାଁ, ପ୍ରଭାକର ଭୋଇ, ଉପେନ୍ଦ୍ର ସାମଲ, ପ୍ରେମାନନ୍ଦ ମହାନ୍ତି, ନିରଞ୍ଜନ ସାହୁ, କଳ୍ପତରୁ ଲେଙ୍କା, ପ୍ରିତୀ ରଞ୍ଜନ ବେହେରା, ପ୍ରଦୀପ୍ତ ସାହୁ,ଦେବଯାନୀ ଜେନା, ଲମ୍ବୋଦର ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।